କେନ୍ଦ୍ରାପଡ଼ା: ଦିନକୁ ଦିନ ରାହାଜାନୀ ଛିନତାଇ ବଢି ଚାଲିଥିବା ବେଳେ ଏଭଳି ଏକ ଗାଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ସେହି ଗାଁ ହେଉଛି କେନ୍ଦ୍ରାପଡା ଜିଲ୍ଲାର ବିଶ୍ବାସର ଗାଁ ‘ସିଆଳିଆ’ । ଏପରି ଏକ ଗାଁ ଯେଉଁ ଗାଁରେ କାହାରି ଘରେ କବାଟ ଲାଗି ନାହିଁ । ଯେଉଁ ଗାଁରୁ କେବେ ବି ଚୋରି ହୁଏ ନାହିଁ । ରାଜକନିକାରେ ଥିବା ଏହି ଗାଁର ସ୍କୁଲରେ ବି ସମାନ ଅବସ୍ଥା । କେଉଁଠି ବି ନାହିଁ ଚୋରିର ଭୟ । କୁକୁର କିମ୍ବା ଅନ୍ୟ ଜୀବଜନ୍ତୁକୁ ଯିବାକୁ ନଦେବା ପାଇଁ କେହି କେହି କବାଟ ଲଗାନ୍ତି । ନଚେତ ସବୁ କିଛି ଖୋଲାମେଲା ଥାଏ । ବର୍ଷ ବର୍ଷ ଧରି ଗାଁ ଲୋକଙ୍କ ଏହି ବିଶ୍ବାସ ଗାଁ ପାଇଁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ । ଏହି ପ୍ରସିଦ୍ଧ ଇଷ୍ଟଦେବୀ ହେଉଛନ୍ତି ଖାରଖାଇ ଠାକୁରାଣୀ ।
· ଗାଁକୁ ନାହିଁ ଚୋରିର ଭୟ
· ଗାଁ ଠାକୁରାଣୀ ଜଗିଛନ୍ତି ଘର
· ଘର ଦୁଆର ସବୁଠି ମେଲା
· ଥାନାରେ ନାହିଁ ଚୋରି ମାମଲା