କେନ୍ଦ୍ରାପଡା: ଦେଶରେ ତିନି ତଲାକ ବ୍ଯାନ ହୋଇସାରିଛି । ଏପରିକି ତିନି ତଲାକ ଅପରାଧ ଶ୍ରେଣୀଭୁକ୍ତ ହେବା ସହ ଦଣ୍ଡ ବିଧାନ ପାଇଁ ସଂସଦରେ ବିଲ ମଧ୍ୟ ଗୃହିତ ହୋଇଛି । ହେଲେ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରେ ତିନି ତଲାକକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ଆସିଛି । ତିନି ତଲାକ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।
ପଟ୍ଟାମୁଣ୍ଡାଇ ପୌରପରିଷଦର 11 ନମ୍ବର ୱାର୍ଡରେ ରହୁଥିବା ରୁବିନା ଖାତୁନ ଏହି ଅଭିଯୋଗ ଆଣିଛନ୍ତି । ରୁବିନାଙ୍କ ଅଭିଯୋଗ ଅନୁଯାୟୀ, ଆବୁ ସୁଫିଆନ ଖାନକୁ ପ୍ରେମ ବିବାହ କରି ୬ ମାସ ହେବ ହାଇଦ୍ରାବାଦରେ ରହୁଥିଲେ। ସେଠାରେ ୬ ମାସ ରହିବା ପରେ ରୁବିନା ଖାତୁନ ଗର୍ଭବତୀ ହୋଇଥିଲେ। ପରେ ତାଙ୍କ ସ୍ବାମୀ ରୁବିନାକୁ ଆଣି ତାଙ୍କ ଘରେ ଛାଡ଼ି ଦେଇଥିଲେ ।
ପ୍ରକାଶ ଯେ, ଖାତୁନଙ୍କୁ ଶାଶୁଘର ପକ୍ଷରୁ ଦୁଇ ଲକ୍ଷ ଟଙ୍କା ସହ ଯୌତୁକ ବାବଦରେ ବିଭିନ୍ନ ଜିନିଷ ଆଣିବାକୁ ବିଭିନ୍ନ ସମୟରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଏନେଇ ସେ ସ୍ବାମୀଙ୍କୁ ଜଣାଇବାରୁ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ସେ ବାପଘର ଲୋକଙ୍କୁ ଜଣାଇବା ପରେ ଗାଁ କମିଟି ଏଥିରେ ହସ୍ତକ୍ଷେପ କରି ତାଙ୍କୁ ବାପଘରକୁ ନେଇ ଆସିଥିଲେ । ପରେ ରୁବିନାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।