କେନ୍ଦ୍ରାପଡା: ସ୍ୱାଧୀନତାର 73ବର୍ଷ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ଚଳାଚଳ କରିବ ଟ୍ରେନ। ଶୁକ୍ରବାର ହରିଦାସପୁରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଏକ ମାଲବାହୀ ଟ୍ରେନ ଆସୁଥିବା ଯୋଗୁ ଜିଲ୍ଲାବାସୀଙ୍କ ରେଳ ଦେଖିବାର ବହୁଦିନର ପ୍ରତୀକ୍ଷା ଶେଷ ହେବ ।
ଅପରପକ୍ଷରେ ଆମ୍ବ ଦେଖାଇ ଆମ୍ବଡା ଖାଇବା ନୀତି ବିରୋଧରେ ଅର୍ଥାତ ଜିଲ୍ଲାର 43 କିଲୋମିଟର ରାସ୍ତାଦେଇ ଯିବାକୁ ଥିବା ରେଳଗାଡିରେ କେବଳ ମାଲ ପରିବହନ ହେବାକୁ ଥିବାରୁ ଜିଲ୍ଲାବାସୀ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି।