କେନ୍ଦ୍ରାପଡା: ରାଜନଗର ପେଣ୍ଠ ସମୁଦ୍ରରେ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ୬ ପର୍ଯ୍ୟଟକ । ମଝି ସମୁଦ୍ରରେ ଫଶିଲେ ପର୍ଯ୍ୟଟକଙ୍କ ବୋଟ । ବୋଟରେ ଇନ୍ଧନ(ପେଟ୍ରୋଲ) ସରିଯିବାରୁ ମଝି ସମୁଦ୍ରରେ ପର୍ଯ୍ୟଟକ ୧ଘଣ୍ଟା ଧରି ଫସି ରହିଲେ । ସୌଭାଗ୍ୟ ବଶତଃ ବୋଟଟି ଭାସି ଆସି କୂଳରେ ଲାଗିଥିଲା । ଇକୋ ରିଟ୍ରିଟ୍ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ କୌଣସି ସହଯୋଗ ଯୋଗାଇ ଦିଆଯାଇନଥିବା ପର୍ଯ୍ୟଟକ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଟ୍ରେନ ବଗିରେ ମଳ ବୋଳିବା ସହ ଅଶ୍ଳୀଳ ଶବ୍ଦ ଲେଖୁଥିଲେ ବ୍ୟକ୍ତି, କାବୁ କଲା RPF
ପର୍ଯ୍ୟଟକଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରୁ ଇକୋ ରିଟ୍ରିଟ୍ କିଛି ପର୍ଯ୍ୟଟକ ବୁଲି ଆସିଥିଲେ । ଇକୋ ରିଟ୍ରିଟ୍ ତରଫରୁ ସମୁଦ୍ରରେ ବୋଟିଂ କରିବାର ସୁବିଧା ଯୋଗାଇ ଦିଆଯାଇଥିଲା । ସମୁଦ୍ର ମଧ୍ୟରେ ୨କିମି ବୋଟରେ ବୁଲାଇବା ପାଇଁ ୧୨୦୦ ଟଙ୍କା ପର୍ଯ୍ୟଟକଙ୍କଠାରୁ ନିଆଯାଇଥିଲା । କିନ୍ତୁ ବୋଟ୍ଟି ସମୁଦ୍ର ମଝିକୁ ଗଲାପରେ ହଠାତ୍ ପେଟ୍ରୋଲ ସରିଯିବାରୁ ବୋଟଟି ବନ୍ଦ ହୋଇ ସେହିଠାରେ ରହିଯାଇଥିଲା । ଗଭୀର ସମୁଦ୍ର ମଧ୍ୟରେ ଉଚ୍ଚ ଜୁଆରରେ ବୋଟଟି ଫସିରହିଲା । ସମୁଦ୍ର କୂଳରେ ଥିବା ପର୍ଯ୍ୟଟକ ଏହି ଛାତିଥରା ଦୃଶ୍ୟ ଦେଖିଥିବା କହିଛନ୍ତି ।