ଓଡିଶା

odisha

ETV Bharat / state

ସମୁଦ୍ରରୁ ବେଆଇନ ମାଛ ମାରି 30 ମତ୍ସ୍ୟଜୀବୀ ଗିରଫ

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳୀମୁହାଣ ନିକଟରେ ବେଆଇନ ମାଛ ମାରି 30 ମତ୍ସ୍ୟଜୀବୀ ଗିରଫ । ଅଧିକ ପଢନ୍ତୁ...

By

Published : Nov 9, 2021, 8:28 AM IST

ସମୁଦ୍ରରୁ ବେଆଇନ ମାଛ ମାରି 30 ମତ୍ସ୍ୟଜୀବୀ ଗିରଫ
ସମୁଦ୍ରରୁ ବେଆଇନ ମାଛ ମାରି 30 ମତ୍ସ୍ୟଜୀବୀ ଗିରଫ

କେନ୍ଦ୍ରାପଡା:ବେଆଇନ ମାଛ ମାରିବା ପଡିଲା ମହଙ୍ଗା । ସମୁଦ୍ରରୁ ବେଆଇନ ମାଛ ମାରି ଗିରଫ ହେଲେ ମତ୍ସ୍ୟଜୀବୀ । ଏକାସଙ୍ଗେ ବନ୍ଧା ହେଲେ ୩୦ ମତ୍ସ୍ୟଜୀବୀ । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳୀମୁହାଣ ନିକଟରେ ଏହି ମତ୍ସ୍ୟଜୀବୀମାନେ ମାଛ ମାରୁଥିବା ଖବର ପାଇ ସମସ୍ତଙ୍କୁ ଗିରଫ କରିଛି ବନବିଭାଗ ।

ଗହିରମଥା ବନବିଭାଗ ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବେଳେ ସମସ୍ତଙ୍କୁ ଗିରଫ କରିଛି। ଏଥିସହ ମାଛ ମରାରେ ବ୍ୟବହୃତ ୫ଟି ମେକାନାଇଜ ବୋଟ ସମେତ ୭୪ କିଲୋ ମାଛ ଜବତ କରିଛି ବନବିଭାଗ। ବର୍ତ୍ତମାନ ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁ ଚାଲୁଥିବାରୁ ସମୁଦ୍ରରେ ମାଛ ମାରିବା ଉପରେ ରୋକ୍ ଲଗାଯାଇଛି । ହେଲେ କଟକଣା ନମାନି ମତ୍ସ୍ୟଜୀବୀମାନେ ମାଛ ମାରୁଛନ୍ତି ।

ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଧାମରା ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ରଚାଳିତ ଡଙ୍ଗା ଚଳାଚଳ ଅଥବା ମାଛ ମାରିବା ଉପରେ କଟକଣା ଜାରି ହୋଇଛି। ନଭେମ୍ବର ୧ ରୁ ଲାଗୁ ଏହି କଟକଣା ମେ ମାସ ୩୧ ତାରିଖ ଯାଏଁ ବଳବତ୍ତର ରହିବ । ହେଲେ ନିୟମକୁ ଖିଲାପ କରି ମାଛ ମାଫିଆମାନେ ତାଙ୍କ ମନମାନି ଚଳାଉଥିବା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details