ଓଡିଶା

odisha

ETV Bharat / state

କଦଳୀ ଗଛ ଦେଖିବାକୁ ପ୍ରବଳ ଭିଡ, ଜାଣନ୍ତୁ କାହିଁକି ? - Agriculture science Centre

କଦଳୀ ଗଛରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଘଟଣା । ଏଭଳି ଅବିଶ୍ବନୀୟ ଘଟଣା ଅଞ୍ଚଳରେ ଚର୍ଚ୍ଚା ଖେଳାଇଛି । ଅଧିକ ପଢନ୍ତୁ...

କଦଳୀ ଗଛ ଦେଖିବାକୁ ପ୍ରବଳ ଭିଡ, ଜାଣନ୍ତୁ କାହିଁକି ?
କଦଳୀ ଗଛ ଦେଖିବାକୁ ପ୍ରବଳ ଭିଡ, ଜାଣନ୍ତୁ କାହିଁକି ?

By

Published : Jul 3, 2021, 4:32 PM IST

କେନ୍ଦ୍ରାପଡା:ଗୋଟିଏ ଗଛରେ ଫଳିଛି 25ଟି ଭଣ୍ଡା । ମହାକାଳପଡ଼ା ବଡଟୁବି ଗାଁରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। କଦଳୀ ଫେଣା ବଦଳରେ କଦଳୀ ଗଛରେ 25ଟି କଦଳୀ ଭଣ୍ଡା ଦେଖିବାକୁ ମିଳିଛି । ବଡ଼ଟୁବି ଗାଁର ସହଦେଵ ମଣ୍ଡଳଙ୍କ ବଗିଚାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ କେଉଁ କାରଣ ପାଇଁ କଦଳୀ ଫେଣା ବଦଳରେ ଗୋଟିଏ କଦଳୀ ଗଛରେ 25ଟି ଭଣ୍ଡା ଫଳିଛି ।

କଦଳୀ ଗଛ ଦେଖିବାକୁ ପ୍ରବଳ ଭିଡ, ଜାଣନ୍ତୁ କାହିଁକି ?

ସହଦେବଙ୍କ କହିବାନୁଯାୟୀ,ଏହି ବଗିଚାରେ ଥିବା ଅନ୍ୟ କଦଳୀ ଗଛ ମାନଙ୍କରେ କଦଳୀ ଫଳିଥିବା ବେଳେ କେବଳ ଏହି ଗୋଟିଏ ଗଛରେ କଦଳୀ ବଦଳରେ ଭଣ୍ଡା ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ରଙ୍କ କହିବାନୁଯାୟୀ ଚାରି ପ୍ରକାର କାରଣରୁ ଏଭଳି ସ୍ଥିତି ଦେଖିବାକୁ ମିଳେ।

ପ୍ରଥମତଃ ଜଙ୍ଗଲୀ କିସମ କଦଳୀ ପୁଆ, ଦ୍ଵିତୀୟରେ ଖାଦ୍ୟସାରର ଅଭାବ, ତୃତୀୟରେ ଜୈବିକ ତଥା ଅଜୈବିକ ଚାପ ଓ ଚତୁର୍ଥ କାରଣଟି ବିବର୍ତ୍ତନବାଦ କଦଳୀ ଗଛର ଡିଏନଏ ପରିବର୍ତ୍ତନ ହେବା । ସାଧାରଣତଃ ବାଇଗଣ ଓ ଅମୃତଭଣ୍ଡା ଗଛ କ୍ଷେତ୍ରରେ ଏଭଳି ଗୁଣ ଦେଖିବାକୁ ମିଳେ ।

ତେବେ କଦଳୀ ଗଛରେ ଏଭଳି ଗୁଣ ଦେଖାଯିବା ପ୍ରଥମ ଏବଂ ଆସନ୍ତା ସୋମବାର ଦିନ ଏକ ଟିମ ସହଦେବଙ୍କ ବଗିଚା ପରିଦର୍ଶନ କରି ଏନେଇ ସବିଶେଷ ତର୍ଜମା କରାଯିବ ବୋଲି କହିଛନ୍ତି ପ୍ରଭଞ୍ଜନ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details