ଓଡିଶା

odisha

ETV Bharat / state

ପାଞ୍ଚ ଦିନ ପରେ ନିଖୋଜ ଯୁବକଙ୍କ ମିଳିଲା ପତ୍ତା

ଗତମାସ ୨୮ ତାରିଖ ଦିନ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ନିଜର ସ୍କୁଟି ଗାଡି ରଖିଦେଇ ସନ୍ଦେହଜନକ ଭାବରେ ନିଖୋଜ ହୋଇଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ୨୧ ବର୍ଷୀୟ ଯୁବକ ରଶ୍ମିରଞ୍ଜନ ବିଶ୍ବାଳଙ୍କ ସନ୍ଧାନ ପାଇଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

By

Published : Mar 3, 2021, 3:31 PM IST

ନିଖୋଜ ଯୁବକଙ୍କ ୫ ଦିନ ପରେ ସନ୍ଧାନ ପାଇଲେ ପରିବାର ଲୋକେ
ନିଖୋଜ ଯୁବକଙ୍କ ୫ ଦିନ ପରେ ସନ୍ଧାନ ପାଇଲେ ପରିବାର ଲୋକେ

କେନ୍ଦ୍ରାପଡା : ଗତମାସ ୨୮ ତାରିଖ ଦିନ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ନିଜର ସ୍କୁଟି ଗାଡି ରଖିଦେଇ ସନ୍ଦେହଜନକ ଭାବରେ ନିଖୋଜ ହୋଇଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ୨୧ ବର୍ଷୀୟ ଯୁବକ ରଶ୍ମିରଞ୍ଜନ ବିଶ୍ବାଳଙ୍କ ସନ୍ଧାନ ପାଇଛନ୍ତି ପରିବାର ଲୋକେ । ଏନେଇ ପରିବାର ପକ୍ଷରୁ ତାଳଚୁଆ ସାମୁଦ୍ରିକ ଥାନାକୁ ଖବର ଦିଆଯିବା ପରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ତାଳଚୁଆ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ।

ଯୁବକ ଜଣକ ସେଠାରେ ଗାଡି ରଖିଦେଇ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱରରେ ଥିବା ଖବର ପାଇ ଆଜି ପରିବାର ପକ୍ଷରୁ ତାଙ୍କୁ ଘରକୁ ଅଣାଯାଇଛି । ତେବେ ଘଟଣା ଦିନ ଗାଡି ପାଖରୁ ମିଳିଥିବା ରକ୍ତ କାହାର ଓ କେଉଁ ପରିସ୍ଥିତିରେ ଏହି ରକ୍ତ ସେଠାକୁ ଆସିଲା ସେନେଇ ଯୁବକଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚୁରା କରିବ ବୋଲି ସୂଚନା ମିଳିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details