ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ପ୍ରକଳ୍ପ, ଉପକୃତ ହେବେ ଭଦ୍ରକର 91 ପଞ୍ଚାୟତ

କେନ୍ଦ୍ରାପଡ଼ାରେ ମୁଣ୍ଡ ଟେକିଲା ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ। ପାନୀୟ ଜଳ ପ୍ରକଳ୍ପ ନାଁ ରେ ରାଜ୍ୟ ସରକାର ଚାଷୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଭାରିଗଦା ପଞ୍ଚାୟତରେ ଖରସ୍ରୋତା ନଦୀକୁ ନେଇ ଏକ ବିଶାଳ ଜନ ସମାବେଶ ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...

କେନ୍ଦ୍ରାପଡାରେ ପ୍ରକଳ୍ପ, ଉପକୃତ ହେବେ ଭଦ୍ରକର 91 ପଞ୍ଚାୟତ
କେନ୍ଦ୍ରାପଡାରେ ପ୍ରକଳ୍ପ, ଉପକୃତ ହେବେ ଭଦ୍ରକର 91 ପଞ୍ଚାୟତ

By

Published : Nov 24, 2020, 8:45 PM IST

Updated : Nov 24, 2020, 9:26 PM IST

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତରେ ଖରସ୍ରୋତା ନଦୀକୁ ନେଇ ଏକ ବିଶାଳ ଜନ ସମାବେଶ ଦେଖିବାକୁ ମିଳିଛି। "ବସୁଧା"ଯୋଜନାରେ ଗଡଗଡ଼ିଘାଟ ନିକଟ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଯିବ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୯୧ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବାଉ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ଯୋଜନା ଯୋଗୁଁ ଆଳି-କନିକାର ଜୀବନରେଖା ଖରସ୍ରୋତା ନଦୀ ଜଳ ଶୁଖିଯିବା ନେଇ ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ। ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଚାଷଜମିକୁ ପାଣି ମିଳି ପାରିବ ନାହିଁ ବୋଲି ଅଭିଯୋଗ ହୋଇଛି।

କେନ୍ଦ୍ରାପଡାରେ ପ୍ରକଳ୍ପ, ଉପକୃତ ହେବେ ଭଦ୍ରକର 91 ପଞ୍ଚାୟତ

ଏହି ଯୋଜନା ଦ୍ବାରା ଭଦ୍ରକ ଜିଲ୍ଲାର ୬ଲକ୍ଷ ୧୮ହଜାର ୨୫୩ଜଣ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ମୁଖ୍ୟତଃ ଚାନ୍ଦବାଲିର ୩୬, ତିହିଡିର ୨୯, ବାସୁଦେବପୁରର ୨୫ ଓ ଧାମନଗରର ୧୦ଟି ପଞ୍ଚାୟତକୁ ପିଇବା ପାଣି ପାଇ ପାରିବେ। ଏଥିପାଇଁ ଚାନ୍ଦବାଲିର ନୟାହାଟରେ ୭ ଏକର ଜମିରେ ଏକ ଶୋଧନାଗାର ପ୍ରସ୍ତୁତ ହୋଇ ସାରିଛି। ଏହି ମେଗା ପ୍ରୋଜେକ୍ଟ ପାଇଁ ୮ ଶହ କୋଟିର ବ୍ୟୟ ଅଟକଳ ରଖାଯାଇଛି। ହେଲେ ଏହି ପ୍ରକଳ୍ପ ଯୋଗୁଁ କେନ୍ଦ୍ରାପଡ଼ାବାସୀଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ଅଭିଯୋଗ ହୋଇଛି। ହଜାର ହଜାର ଚାଷୀ ଜୀବିକା ହରାଇବେ ବୋଲି ଅଭିଯୋଗ କରିଛି ଖରସ୍ରୋତା ସଂଗ୍ରାମ ସମିତି।

ବର୍ତ୍ତମାନ ସ୍ଥିତିରେ ପାଣି ଅନ୍ୟ ଜିଲ୍ଲାକୁ ଦିଆଗଲେ ନଦୀରେ ଲୁଣିଆ ଜଳ ସ୍ତର ବଢିଯିବ। ଏମିତିରେ ବି ଜିଲ୍ଲାରେ ମଧୁର ଜଳସ୍ତର କମ ରହିଛି। ଏଥିପାଇଁ ଜଳଶକ୍ତି ମିଶନରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ସାମିଲ କରାଯାଇଛି। ଭଦ୍ରକ ଜିଲ୍ଲାକୁ ପାଣି ଦେବାରେ କୌଣସି ସମସ୍ୟା ନାହିଁ। ଏହାସହ ରାଜନଗର ଓ ମହାକାଳପଡ଼ା ବ୍ଲକରେ ପାନୀୟ ଜଳର ସମସ୍ୟା ଲାଗି ରହିଛି। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଲୋକଙ୍କ ଚାଷ କାମ ହେବାପରେ ଅନ୍ୟ ଅଞ୍ଚଳକୁ ପାଣି ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ଚାଷୀ। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ଖରସ୍ରୋତା ସଂଗ୍ରାମ ସମିତି ମଧ୍ୟରେ ଆଲୋଚନା ହୋଇଥିଲେ ସୁଦ୍ଧା କିଛି ଲାଭ ହୋଇନି।

ଏହାକୁ ନେଇ ଆଜି(ମଙ୍ଗଳବାର) ଏକ ବିଶାଳ ଜନ ସମାବେଶ କରାଯାଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ଓ ନେତା ଯୋଗ ଦେଇ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପକୁ ବିରୋଧ କରିଛନ୍ତି। ପ୍ରକଳ୍ପ ନାଁରେ ରାଜନୀତି ହେଉଥିବା ଅଭିଯୋଗ ହୋଇଛି। ଯେପର୍ଯ୍ୟନ୍ତ ଏହି ପ୍ରକଳ୍ପ ବନ୍ଦ ନହୋଇଛି ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଇଛି ଖରସ୍ରୋତା ସଂଗ୍ରାମ ସମିତି। ଏହି ଜନ ସମାବେଶରେ ସ୍ଥାନୀୟ ଚାଷୀଙ୍କ ସହ ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥଶର୍ମା, ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ CPIM ନେତା ଅଭୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Nov 24, 2020, 9:26 PM IST

ABOUT THE AUTHOR

...view details