କେନ୍ଦ୍ରାପଡା:ଭାରତୀୟ ଜନତା ଯୁବମୋର୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ବିଜେପି ସଭାପତି । ବିଜେଡିର ୨୧ବର୍ଷର ଶାସନ କାଳରେ ଯୁବକ ମାନଙ୍କୁ ନିଯୁକ୍ତି ପ୍ରଦାନରେ ବିଫଳତା, ପାଠପଢି ଉଚ୍ଚଶିକ୍ଷା ପାଇ ମଧ୍ୟ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯିବା, ରାଜ୍ୟ ସରକାରଙ୍କ ଶାସନ ସମୟରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ବ୍ୟବସ୍ଥା ନିମ୍ନଗାମୀ ହେବା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଗାଁକୁ ଯିବେ ଯୁବମୋର୍ଚ୍ଚା ସଦସ୍ୟ।
ବିଜେଡିକୁ ଘେରିବା ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜନୈତିକ ଚିଠା ପ୍ରସ୍ତୁତ - କେନ୍ଦ୍ରୀୟ ଯୋଜନା
ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଶାସନ କରି ଆସୁଥିବା ବିଜେଡି ସରକାରଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତିରେ ବିଫଳ ହେବାନେଇ ଗର୍ଜିଛି ବିଜେପି । ଅଧିକ ପଢନ୍ତୁ...
ବିଜେଡିକୁ ଘେରିବା ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜନୈତିକ ଚିଠା ପ୍ରସ୍ତୁତ
ସେପଟେ ରାସ୍ତାଘାଟ, ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହାଇଯାକ କରି ବାହାବା ନେଉଥିବା ରାଜ୍ୟର ବିଜେଡି ସରକାରଙ୍କ ବିରୋଧରେ ଲୋକମାନଙ୍କ ପାଖରେ ପହଞ୍ଚି ବୁଝାଇବା ଦାୟିତ୍ବ ନେବେ ବିଜେପି ଯୁବମୋର୍ଚ୍ଚା ସଦସ୍ୟ । ଜିଲ୍ଲାର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଆଜି(ବୁଧବାର) ଏକ ରାଜନୈତିକ ଚିଠା ପ୍ରସ୍ତୁତ କରାଯାଇ ୧୦ଟି ଦାବିପତ୍ର ପ୍ରସ୍ତୁତ କରିଛି । ଯାହାକୁ ନେଇ ଯୁବମୋର୍ଚ୍ଚା ପକ୍ଷରୁ ବିଜେଡିକୁ ଘେରିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ କହିଛନ୍ତି ବିଜେପି ସଭାପତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ