କେନ୍ଦ୍ରାପଡା: ହୁଏ ମନ ଆଜି ଫେରିବାକୁ ସେଇ ଗାଁଟି ପାଖକୁ ମୋର, ଆସିଥିଲି ଦିନେ ଛାଡି ବିଦେଶକୁ କରିବାକୁ ରୋଜଗାର, କଥା ଦେଇଥିଲି ଫେରିବି ଦିନେ ମୁଁ ପୁଞ୍ଜିପତିଟିଏ ସାଜି, ଉନ୍ନତି ପଥରେ ମୋ ଗାଆଁ ମାଟିକୁ ଆଗେଇ ଦିନେ ମୁଁ ନେବି" କବି ଅମିତ ସାହୁଙ୍କ ଏହି କବିତାକୁ ମର୍ମେ ମର୍ମେ ବୁଝି ଏହାକୁ ସାକାର କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଦିଲ୍ଲୀ ଫେରନ୍ତା ସୁଶୀଲ । ବହୁଦିନ ଧରି ବିଦେଶରେ ରହିବା ପରେ ଏବେ ତାଙ୍କ ଭିଟାମାଟିକୁ ଫେରିଛନ୍ତି ଏବଂ ଗାଁ ପାଇଁ କିଛି କରିବା ନେଇ ଦେଖିଥିବା ସ୍ବପ୍ନକୁ ସତ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଅମୃତମଣହି ନୂଆଡ଼ିଆ ଗାଁର ସୁଶୀଲ ରାଉତ ।
ଗାଁରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ କୋରାପୁଟ ସୁନାବେଡାରେ ହାଇସ୍କୁଲ ଶିକ୍ଷା ପରେ ଦିଲ୍ଲୀକୁ ଚାଲିଯାଇଥିଲେ ସୁଶୀଲ । ସେଠାରେ ବିଲଡର ଭାବେ କାମ କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ । ବର୍ତ୍ତମାନ ବୟସର ଅପରାହ୍ନରେ ପହଞ୍ଚିଛନ୍ତି ସେ । ଚାକିରିରୁ ଅବସର ନେବା ପରେ ୨୦୧୯ ମସିହାରେ ନିଜ ଜନ୍ମମାଟିକୁ ଫେରିଛନ୍ତି ସୁଶୀଲ । ଏହା ପରେ ଗାଁ ପାଇଁ କିଛି କରିବାରୁ ଚିନ୍ତା କରିଥିଲେ ସେ । ବାପଅଜା ଅମଳରୁ ନୂଆଡ଼ିଆ ଗାଁରର ଥିବା ଏକର ଏକର ଜମିରେ ଗାଁ ଲୋକଙ୍କ ପାଇଁ ନିର୍ମାଣ କରିଛନ୍ତି ମନ୍ଦିର,ଦାନ୍ତ ଚିକିତ୍ସାଳୟ,ମଣ୍ଡପ ଓ ବୃଦ୍ଧାଶ୍ରମ । ଖାଲି ସେତିକି ନୁହେଁ ଗାଁରେ ଏକ ଭାଗବତ ଟୁଙ୍ଗି ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି । ଗ୍ରାମବାସୀଙ୍କ ପାଇଁ ନିସ୍ବାର୍ଥପର ସେବା ମନୋବୃତ୍ତି ଯୋଗୁଁ ତାଙ୍କୁ ମିଳିଛି ସମର୍ଥନ ।