ଓଡିଶା

odisha

ETV Bharat / state

କୃତୀ ଛାତ୍ରଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଅରିଜିତ ରାଉତଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହ ତାଙ୍କ ଉଚ୍ଚଶିକ୍ଷା ପାଇଁ ଜିଲ୍ଲାପାଳ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

By

Published : Aug 1, 2019, 10:03 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


କେନ୍ଦ୍ରାପଡା: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ରାଜକନିକା ବ୍ଲକର ଅରିଜିତ ରାଉତଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଚଳିତବର୍ଷ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଅରିଜିତ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅର୍ଜନ କରିଥିଲେ । ଏହାପରେ ସେ ସିଇଟି ଭୁବନେଶ୍ବରରେ ମେକାନିକାଲ ଇଂଜିନିୟରିଂ ରାଙ୍କିଂରେ ପ୍ରଥମ ସ୍ଥାନରେ ରହିଥିଲେ । ଆର୍ଥିକ ସ୍ବଚ୍ଛଳ ନଥିବାରୁ ତାଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ 32ହଜାର 4ଶହ ଟଙ୍କା ସହାୟତା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଅରିଜିତଙ୍କ ବାପା ଅନୀଲ ରାଉତ ଗରିବ ହୋଇଥିଲେ ମଧ୍ୟ ପୁଅକୁ ପାଠ ପଢ଼ାଇଥିବାରୁ ଜିଲ୍ଲାପାଳ, ଉଭୟ ପିତାମାତାଙ୍କୁ ସାଧୁବାଦ ଜଣାଇଛନ୍ତି। ସଫଳତାରେ ବହୁତ ଖୁସିବ୍ୟକ୍ତ କରିଛନ୍ତି ଅରିଜିତ । ଏହି ସଫଳତାର ସମସ୍ତ ଶ୍ରେୟ ବାପାମାଆଙ୍କ ସମେତ ଶିକ୍ଷକଙ୍କୁ ଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏଥିସହ ଯୋଜନା ଓ କଠିନ ପରିଶ୍ରମ ସହିତ ନିଷ୍ଠା ରହିଲେ ଯେ କେହି ମଧ୍ୟ ସଫଳତା ପାଇପାରିବ ବୋଲି ଅରିଜିତ କହିଛନ୍ତି ।

ଭବିଷ୍ୟତରେ ଭାରତୀୟ ଇଂଜିନିୟରିଂ ସେବାରେ ଯୋଗଦେବାକୁ ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଅରିଜିତ ଗାଁ ବିଦ୍ୟାଳୟରୁ ପାଠପଢ଼ା ଶେଷ କରିବା ପରେ ଗତବର୍ଷ କେନ୍ଦ୍ରାପଡ଼ା ସରକାରୀ ବୈଷୟିକ ମହାବିଦ୍ୟାଳୟରୁ ତାଙ୍କର ସ୍ନାତକ ଶେଷ କରିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details