ଓଡିଶା

odisha

ETV Bharat / state

ସର୍ବଭାରତୀୟ ସ୍ତରର ବିକ୍ଷୋଭରେ ସାମିଲ କେନ୍ଦ୍ରାପଡ଼ା - କେନ୍ଦ୍ରାପଡ଼ା

କେନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କର୍ପୋରେଟ ହାଉସ ଦେଶକୁ ଲୁଣ୍ଠନ କରିବା ଅଭିଯୋଗ କରି ସମସ୍ତ ଟ୍ରେଡ଼ ୟୁନିୟନ, କୃଷକ ସଙ୍ଗଠନ ଓ ମୂଲିଆ ସଙ୍ଗଠନ ସୋମବାର ପ୍ରତିବାଦ କରିଛନ୍ତି।

strike
ସର୍ବଭାରତୀୟ ସ୍ତରର ବିକ୍ଷୋଭରେ ସାମିଲ କେନ୍ଦ୍ରାପଡ଼ା

By

Published : Aug 10, 2020, 2:12 PM IST

କେନ୍ଦ୍ରାପଡା: ସରକାରଙ୍କର ଜନ ବିରୋଧି ନୀତି ପ୍ରତିବାଦରେ ଗଣ ଆନ୍ଦୋଳନ। କେନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କର୍ପୋରେଟ ହାଉସ ଦେଶକୁ ଲୁଣ୍ଠନ କରିବା ଅଭିଯୋଗ କରି ସମସ୍ତ ଟ୍ରେଡ଼ ୟୁନିୟନ, କୃଷକ ସଙ୍ଗଠନ ଓ ମୂଲିଆ ସଙ୍ଗଠନ ସୋମବାର ପ୍ରତିବାଦ କରିଛନ୍ତି।

କୃଷକ ଶ୍ରମିକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ସୋମବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ 6 ଦଫା ଦାବି ପୂରଣ ପାଇଁ ରବିବାର କ୍ରାନ୍ତି ଦିବସରେ ସର୍ଵ ଭାରତୀୟ ସ୍ତରରେ ଆନ୍ଦୋଳନ କରାଯାଉଥିବା ବେଳେ ସୋମବାର ଜିଲ୍ଲାର ସମସ୍ତ ସ୍ଥାନରେ ଆନ୍ଦୋଳନ ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲା ଶାଖା ସମ୍ପାଦକ।

ସର୍ବଭାରତୀୟ ସ୍ତରର ବିକ୍ଷୋଭରେ ସାମିଲ କେନ୍ଦ୍ରାପଡ଼ା

ସମସ୍ତଙ୍କୁ ମାଗଣା ଚିକିତ୍ସା, ସମସ୍ତ ବର୍ଗର ଲୋକଙ୍କୁ 6 ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ଯୋଗାଇ ଦେବା, ସମସ୍ତ ପରିବାରକୁ ଆସନ୍ତା 6 ମାସ ପର୍ଯ୍ୟନ୍ତ ମାସିକ 6500ଟଙ୍କା ପ୍ରଦାନ, ମନରେଗା ଯୋଜନାରେ ସର୍ବନିମ୍ନ 200ଦିନର କାମ ଯୋଗାଇବା ସହ ଦୈନିକ ମଜୁରୀ 600ଟଙ୍କା, ଅତ୍ୟାବଶ୍ୟକୀୟ ପଣ୍ୟ ଆଇନ ପୁନଃ ପ୍ରଚଳନ, ପ୍ରତ୍ୟେକ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ ସହ ଛଟେଇ ବନ୍ଦ କରିବା, ଶ୍ରମ ବୋର୍ଡ ଓ ସଂଶୋଧିତ ବିଦ୍ୟୁତ ଆଇନ ପ୍ରତ୍ୟାହାର ଭଳି ଦାବି କରିଛି ସଙ୍ଗଠନ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details