କେନ୍ଦ୍ରାପଡା : ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ଦୀର୍ଘ ୪୪୦କିଲୋମିଟର କୋଷ୍ଟାଲ ହାଇଓ୍ବେ ନିର୍ମାଣକୁ କେନ୍ଦ୍ର ସରକାର କାଣ୍ଟଛାଟ କରିଥିବା ଅଭିଯୋଗ କରିଛି ବିଜେଡି। ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବିତ କୋଷ୍ଟାଲ ହାଇଓ୍ବେ ନିର୍ମାଣ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ହୋଇଥାନ୍ତା । ବିଶେଷକରି ସମୁଦ୍ର ଉପକୂଳରେ ଥିବା ରାଜନଗର ଓ ମହାକାଳପଡ଼ା ଅଞ୍ଚଳରେ ପର୍ଯ୍ୟଟନ ମାନଚିତ୍ରରେ ବିଶେଷ ଉନ୍ନତି ଘଟିଥାନ୍ତା ବୋଲି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି।
କୋଷ୍ଟାଲ ହାଇୱେ ନିର୍ମାଣକୁ ନେଇ ଟଣାଓଟରା, ସଞ୍ଜୟଙ୍କ ପରାମର୍ଶ ସମସ୍ତେ ଏକ ହୋଇ ଲଢନ୍ତୁ
କୋଷ୍ଟାଲ ହାଇୱେ ନିର୍ମାଣକୁ ନେଇ ଟଣାଓଟରା । ସଞ୍ଜୟଙ୍କ ପରାମର୍ଶ ସମସ୍ତେ ଏକ ହୋଇ ଲଢନ୍ତୁ । ଅଧିକ ପଢନ୍ତୁ...
କୋଷ୍ଟାଲ ହାଇୱେ ନିର୍ମାଣକୁ ନେଇ ଟଣାଓଟରା ,ସଞ୍ଜୟଙ୍କ ପରାମର୍ଶ ସମସ୍ତେ ଏକ ହୋଇ ଲଢନ୍ତୁ
ସେହିପରି ଗତ କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିତରକନିକା ଗସ୍ତ କରିଥିଲେ । ଜିଲ୍ଲାରେ କୋଷ୍ଟାଲ ହାଇଓ୍ବେ ଏକ ଆଶାର କିରଣ ବୋଲି କହିବାର କିଛିଦିନ ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ବିଧାୟକ ଧ୍ରୁବ ସାହୁ। ରାଜନୀତି ନକରି ଜିଲ୍ଲା ଓ ରାଜ୍ୟର ଉନ୍ନତି ପାଇଁ ସମସ୍ତେ ଏକ ହୋଇ କୋଷ୍ଟାଲ ହାଇଓ୍ବେ ପାଇଁ ଦାବି ଉଠାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ