ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ରରେ ନିର୍ବାଚନ ସାରି ତୁଳସୀକ୍ଷେତ୍ରରେ ସମ୍ବିତଙ୍କ ପ୍ରଚାର

ଶ୍ରୀକ୍ଷେତ୍ର ଧାମ ପୁରୀରେ ପ୍ରାର୍ଥୀ ହୋଇଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର ନିଜ ନିର୍ବାଚନ ସାରି ଦଳୀୟ କର୍ମୀଙ୍କ ଲାଗି ଆରମ୍ଭ କରିଛନ୍ତି ପ୍ରଚାର । ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଲାଗି ସାଜିଛନ୍ତି ଷ୍ଟାର ପ୍ରଚାରକ ।

By

Published : Apr 26, 2019, 9:31 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଶ୍ରୀକ୍ଷେତ୍ର ଧାମ ପୁରୀରେ ପ୍ରାର୍ଥୀ ହୋଇଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର ନିଜ ନିର୍ବାଚନ ସାରି ଦଳୀୟ କର୍ମୀଙ୍କ ଲାଗି ଆରମ୍ଭ କରିଛନ୍ତି ପ୍ରଚାର । ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଲାଗି ସାଜିଛନ୍ତି ଷ୍ଟାର ପ୍ରଚାରକ ।ପ୍ରଚାର ସମୟରେ ସେ କହିଛନ୍ତି "ବୈଜୟନ୍ତ ପଣ୍ଡା ଜଣେ ସ୍ବାଭିମାନୀ, ପରିଶ୍ରମୀ ଓ ସରଳ ମଣିଷ । କେନ୍ଦ୍ରାପଡା ଭଳି ସ୍ବାଭିମାନର ମାଟିରେ ସ୍ବାଭିମାନୀ ନେତାହିଁ ଜିତିବେ । ବୈଜୟନ୍ତ ପଣ୍ଡା କେବଳ ଓଡ଼ିଶାର ନେତା ନୁହଁନ୍ତି ସେ ସାରା ଭାରତବର୍ଷର ନେତା ଅଟନ୍ତି । ତେଣୁ ତାଙ୍କୁ ପରାସ୍ତ କରିବା ପାଇଁ ବିଜେଡି ଅହଂ ଲଢେଇ ଲଢ଼ୁଛି ଓ କଳ,ବଳ ଓ କୌଶଳ ପ୍ରୟୋଗ କରୁଛି । ତଥାପି ବିଜେଡି ଜିତିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସମ୍ବିତ୍ । "

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା

ଲୋକତନ୍ତ୍ରରେ ଜନତା ହିଁ ଜନାର୍ଦ୍ଦନ ତେଣୁ ଜନତା ସ୍ଥିର କରିବେ ଏବଂ ବିଚାର କରିବେ କିଏ ବିଜୟୀ ହେବ । କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ସହ ନବୀନ ପଟ୍ଟନାୟକ ଲଢୁଥିବା ଲାଗୁଛି । ସେଥିପାଇଁ ଏକ ଡର୍ଜନରୁ ଅଧିକ ବିଧାୟକଙ୍କ ସହ ନିଜେ ନବୀନ ବାବୁ ଡେରା ପକାଇଛନ୍ତି । ବିଜେଡି ଏଠାରେ ଭୟଭୀତ ଓ ଦୁଃଖିତ ଅଛି ଥିବା ସେ କହିଛନ୍ତି ।

ସମ୍ବିତ୍ ଆହୁରି କହିଛନ୍ତି ବୈଜୟନ୍ତ ଜଣେ ଭଲ ଲୋକ ହୋଇଥିବାରୁ ତାଙ୍କ ଲେଖା ଓ ସାକ୍ଷାତକାରର ଏବଂ ସର୍ବୋପରି ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ ଅଟେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details