ଓଡିଶା

odisha

By

Published : Nov 17, 2022, 2:19 PM IST

ETV Bharat / state

ରାସ୍ତା ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ, ବିଡ଼ିଓଙ୍କ ତଦନ୍ତ ନିର୍ଦ୍ଦେଶ

ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ । ବିଲ୍‌ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର କୋଇଲିପୁର ପଞ୍ଚାୟତର ତରପଦା ଗ୍ରାମବାସୀ ଆଣିଛନ୍ତି ଏପରି ଦୁର୍ନୀତି ଅଭିଯୋଗ । ଅଧିକ ପଢନ୍ତୁ

ରାସ୍ତା ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ, ବିଡ଼ିଓଙ୍କ ତଦନ୍ତ ନିର୍ଦ୍ଦେଶ
ରାସ୍ତା ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ, ବିଡ଼ିଓଙ୍କ ତଦନ୍ତ ନିର୍ଦ୍ଦେଶ

କେନ୍ଦ୍ରାପଡା:ରାସ୍ତା ତିଆରି ନାମରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା । କଂକ୍ରିଟ ରାସ୍ତା ହେବା ତ ଦୂରର କଥା ମାଟି ମୁଠାଏ ବି ପଡିନାହିଁ । ହେଲେ ଚଞ୍ଚକତା କରି ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର କୋଇଲିପୁର ପଞ୍ଚାୟତର ତରପଦା ଗ୍ରାମବାସୀ ଆଣିଛନ୍ତି ଏପରି ଦୁର୍ନୀତି ଅଭିଯୋଗ ।

ରାସ୍ତା ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ, ବିଡ଼ିଓଙ୍କ ତଦନ୍ତ ନିର୍ଦ୍ଦେଶ

ତରପଦା ଗ୍ରାମ୍ୟ ରାସ୍ତା ଠାରୁ ହନୁମାନ ମନ୍ଦିର ଯାଏ କଂକ୍ରିଟ୍ ରାସ୍ତା ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ୍ ମାଧ୍ୟମରେ ଚଳୁ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆରଟିଆଇରୁ ତଥ୍ୟ ସଂଗ୍ରହ କରିବା ପରେ କୋଇଲିପୁର ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଠଯନ୍ତ୍ରୀଙ୍କ ସଲା ସୁତୁତାରେ ଏହି କଂକ୍ରିଟ୍ ରାସ୍ତା ନିର୍ମାଣ ବଦଳରେ ଲକ୍ଷାଧିକ ଟଙ୍କା ହଡପ୍ କରିଥିବା ଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏ ନେଇ ରାଜକନିକା ବିଡିଓ ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ଆଣି ଚଞ୍ଚକତା ପୂର୍ବକ ମିଥ୍ୟା ବିଲ୍‌ କରି ଟଙ୍କା ହଡପ କରିଥିବା ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ବିରୋଧରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ତରପଦା ଗ୍ରାମବାସୀ ଦାବି କରିଛନ୍ତି ।

ଏହା ବି ପଢନ୍ତୁ...ନିର୍ବାହୀଙ୍କ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା

ଅନ୍ୟପଟେ କୋଇଲିପୁର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଥିବାବେଳେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜକନିକା ବିଡିଓ କହିଛନ୍ତି । ସୂଚନାଯୋଗ୍ୟ ଏହି ରାସ୍ତାଟିକୁ କଂକ୍ରିଟ କରିବା ପାଇଁ ସରକାରୀ ଟଙ୍କା ଉଠା ଯାଇଥିଲାବେଳେ ବାସ୍ତବରେ ଏହା ଏକ ମାଟି ରାସ୍ତା ହୋଇଥିବା କ୍ୟାମେରାରେ କଏଦ ହୋଇଛି । ଏହି କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ।

ମୋଟ ୧ ଲକ୍ଷ ୪୮ ହଜାର ଟଙ୍କା ଭେଣ୍ଡରଙ୍କ (କାର୍ଯ୍ୟନିର୍ବାହୀ) ଆକାଉଣ୍ଟକୁ ଏବଂ ମନରେଗା ଯୋଜନାରେ ୧୨ ହଜାର ଟଙ୍କା ଶ୍ରମିକଙ୍କ ଆକାଉଣ୍ଟକୁ ଯାଇଥିବା ସୂଚନା ମିଳିଛି । ଏହାର ନିରପେକ୍ଷ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details