ଓଡିଶା

odisha

ETV Bharat / state

ରଜକୁ ନେଇ ଉତ୍ସବମୁଖର କେନ୍ଦ୍ରାପଡା

ପହିଲି ରଜ ପରେ ଶନିବାର ସାରା ରାଜ୍ୟରେ ପାଳିତ ହେଉଛି ରଜ ସଂକ୍ରାନ୍ତି । ଏ ନେଇ ଚଲଚଞ୍ଚଳ ବଳଦେବଜୀଉ କ୍ଷେତ୍ର । ବେଶ ଆନନ୍ଦ ଉତ୍ସାହରେ କେନ୍ଦ୍ରାପଡାବାସୀ ରଜ ପାଳିଛନ୍ତି ।

By

Published : Jun 15, 2019, 11:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


କେନ୍ଦ୍ରାପଡା: ଗଣପର୍ବ ରଜକୁ ନେଇ ଉତ୍ସବ ମୁଖର କେନ୍ଦ୍ରାପଡା ଜିଲ୍ଲା । ଶନିବାର ରଜ ସଂକ୍ରାନ୍ତି ହୋଇଥିବାରୁ ସବୁଠି ଉତ୍ସବର ମାହୋଲ । ସବୁ ରାଗ ରୁଷା, ମାନ ଅଭିମାନ ଭୁଲି ପରସ୍ପରଙ୍କୁ କୋଳେଇ ନେଇଛନ୍ତି ସମସ୍ତେ । କୁମାରୀ ଝିଅଠୁ ଆରମ୍ଭ କରି ବିବାହିତା ମହିଳା ସମସ୍ତେ ମେହେନ୍ଦୀ, କୁଙ୍କୁମ, ଅଳତାରେ ସଜେଇ ହେଉଛନ୍ତି । ପୋଡ ପିଠା, ପାନ ଖାଇ, ଦୋଳି ଖେଳି ଝିଅମାନେ ବେଶ ଆନନ୍ଦ ଉତ୍ସାହରେ ପାଳୁଛନ୍ତି ରଜ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେବଳ ରଜକୁ ନେଇ ଝିଅ ମାନେ ଉତ୍ସାହିତ ତାହା ନୁହେଁ ପୁରୁଷମାନେ ମଧ୍ୟ ବିଭିନ୍ନ ଖେଳରେ ନିଜକୁ ହଜେଇ ଦେଇଛନ୍ତି । ଲୁଡୁ, ତାସ, କବାଡ଼ି ଖେଳର ଜମୁଛି ଆସର । ତେବେ ଆଧୁନିକ ଜୀବନ ଶୈଳୀ ଭିତରେ ବି ମଣିଷ ଭୁଲି ନାହିଁ ପରମ୍ପରା । ପିଜା ବର୍ଗର ଓ ଫାଷ୍ଟଫୁଡ଼ ମାୟାରେ ପଡି ଥିବା ଆଧୁନିକ ମଣିଷ କିନ୍ତୁ ଭୁଲି ପାରି ନାହିଁ ପାରମ୍ପରିକ ପିଠାପଣା । ସେଥିପାଇଁ ତ ଜିଲ୍ଲାରେ ବେଶ ଧୁମଧାମରେ ପାଳିତ ହେଉଛି ରଜ ପର୍ବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details