କେନ୍ଦ୍ରାପଡ଼ା: ରାଜକନିକା ଭାଗୀଦାର ଖରସ୍ରୋତା ନଦୀରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପକୁ ଜୋରଦାର ବିରୋଧ କରାଯାଉଛି । ଉତ୍ତେଜିତ ଅଞ୍ଚଳବାସୀ କମ୍ପାନୀର ବିଭିନ୍ନ ଯନ୍ତ୍ରପାତି ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏହି ଘଟଣାରେ ପୋଲିସ ୧ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ନାମରେ ମାମଲା ରୁଜୁ କରିବା ସହ ୨୪ ଜଣଙ୍କୁ ଗିରଫ କରିଛି ।
ଗତ ଗୁରୁବାର ଦିନ ପ୍ରକଳ୍ପ କାମ କରୁଥିବା କମ୍ପାନୀର ବିଭିନ୍ନ ଯନ୍ତ୍ରପାତି ଭାଙ୍ଗିବା ସହ ଗ୍ରାମବାସୀ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏହାପରେ ପୋଲିସ ପକ୍ଷରୁ ଘଟଣାରେ ସମ୍ପୃକ୍ତ ୧ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ନାମରେ ମାମଲା ରୁଜୁ କରିବା ପରେ ୨୪ଜଣଙ୍କୁ ଗିରଫ କରିଛି । ତେବେ ଏହି ଗିରଫଦାରୀକୁ ବେଆଇନ ଦର୍ଶାଇ ଓ ଏହାକୁ ବିରୋଧ କରି ଜନସାଧାରଣ ଆମରଣ ଅନଶନରେ ବସିରହିଥିବା ବେଳେ ଆଜି ରାଜ୍ୟର ବିଭିନ୍ନ ବିରୋଧୀ ଦଳ ମାନଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।