ଓଡିଶା

odisha

ETV Bharat / state

ମଦ ଦୋକାନ ବନ୍ଦ କରିବା ନେଇ ତାତିଲେ ମହିଳା

ମଦ ଦୋକାନ ବନ୍ଦ ନେଇ ତାତିଲେ ମହିଳା । ଦୀର୍ଘ ଦିନରୁ କରିଆସୁଥିବା ଆନ୍ଦୋଳନର ମିଳୁନି ଲାଭ । ମଦ ଦୋକାନ ଯୋଗୁଁ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଉଠୁଛି ଝଡ । ହେଲେ ଶୁଣୁନି ପ୍ରଶାସନ । ବର୍ଷେ ତଳେ ବନ୍ଦ ହୋଇଥିବା ଦୋକାନ ପୁଣି ଥରେ ହୋଇଛି ଆରମ୍ଭ ।

By

Published : Jun 1, 2019, 9:46 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦ୍ରାପଡା

କେନ୍ଦ୍ରାପଡ଼ା: ଟାଉନ ଥାନା ଅନ୍ତର୍ଗତ ଅଙ୍ଗୁଳାଇ ଠାରେ ଖୋଲିଥିବା ମଦ ଦୋକାନକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କଲେ ମହିଳା । ଗତବର୍ଷ ଜୁନ ମାସରେ ଏହି ଦୋକାନଟିକୁ ବନ୍ଦ କରିବା ପାଇଁ ବିଭିନ୍ନ ମହିଳା ଗୋଷ୍ଠୀ, ବୁଦ୍ଧିଜୀବି ଚେଷ୍ଟା କରିଥିଲେ । ହେଲେ ଏହି ଆନ୍ଦୋଳନର ନେତୃତ୍ବ ନେଉଥିବା ଅଙ୍ଗୁଳାଇ ସରପଞ୍ଚଙ୍କ ସ୍ବାମୀ ମଦ ବ୍ୟବସାୟୀଙ୍କ ଆକ୍ରମଣର ଶିକାର ହୋଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦ୍ରାପଡା

ଏହାପରେ ପ୍ରଶାସନ ସହିତ ଆଲୋଚନା ସହ ଉକ୍ତ ମଦ ଦୋକାନକୁ ବନ୍ଦ କରାଯାଇଥିଲା । ଯାହାକି ସ୍ଥାନୀୟ ଜନସାଧାରଣଙ୍କୁ ସନ୍ତୋଷ ଦେଇଥିଲା । ହେଲେ ପୁଣି ଥରେ ସେହି ମଦଦୋକାନ ଖୋଲିବାରୁ ଏହାର ପ୍ରତିବାଦ କରିଛନ୍ତି ସରପଞ୍ଚ ଦୁର୍ଗାବତୀ ପ୍ରଧାନ । ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅନଶନ ଓ ଆତ୍ମାହୁତି କରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ ।

ପୁର୍ବରୁ ପ୍ରଶାସନ ଜନସାଧାରଣଙ୍କ ଦାବିକୁ କର୍ଣ୍ଣପାତ କରିନଥିଲା। ଅପରପକ୍ଷରେ ଜିଲ୍ଲା ଅବକାରୀ ଅଧିକାରୀ ଏହି ମଦ ଦୋକାନ ଖୋଲିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବାରୁ ଏଠାରେ ମଦ ଦୋକାନ ପୁନର୍ବାର ଖୋଲାଯାଇଛି ବୋଲି କହିଛନ୍ତି ।

ତେବେ ମଦ ଦୋକାନ ପ୍ରତି ଅନୁକମ୍ପା ସ୍ଥାନୀୟ ଲୋକଙ୍କ ମନରେ ଏକ ଆନ୍ଦୋଳନ ରୂପ ନେଇଛି । ପ୍ରଶାସନ ଏହାକୁ ସଠିକ ଭାବରେ ମୁକାବିଲା କରୁଛି ନା ନାହିଁ ଦେଖିବାକୁ ବାକି ରହିଲା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details