କେନ୍ଦ୍ରାପଡ଼ା: ନୟାଗଡ଼ ଜିଲ୍ଲାର ପରୀ ହତ୍ୟାକାଣ୍ଡ ଘଟଣାର ଅଡ଼ୁଆ ଦିନକୁ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ବହିଷ୍କାର ଦାବି ହେଉଥିବା ବେଳେ ଆଜି ଓଡିଶା ସୂଚନା ଅଧିକାର ଅଭିଯାନ(OSAA) ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ପରି ପାଇଁ ନ୍ୟାୟ ଦାବି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଓସା ୟୁନିଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ପରୀକୁ ନ୍ୟାୟ ପାଇଁ ଓସାର ଆନ୍ଦୋଳନ - ପରୀ ହତ୍ୟାକାଣ୍ଡ
ନୟାଗଡ଼ ଜିଲ୍ଲାର ପରୀ ହତ୍ୟାକାଣ୍ଡ ଘଟଣାର ଅଡ଼ୁଆ ଦିନକୁ ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଓସା ୟୁନିଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ...
ପରୀକୁ ନ୍ୟାୟ ପାଇଁ ଓସା ପକ୍ଷରୁ ଆନ୍ଦୋଳନ
ଏହି ଅଭିଯାନର ଶତାଧିକ ସଦସ୍ୟ ତୁରନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରିବା ସହ ଅଭିଯୁକ୍ତ ବାବୁଲା ନାୟକର ଗିରଫ ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ଉଠିଥିବା ବେଳେ ଯଦି ପରୀକୁ ନ୍ୟାୟ ନମିଳେ ତେବେ ଓସା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ