ଓଡିଶା

odisha

ETV Bharat / state

Municipal Election: କେନ୍ଦ୍ରାପଡାର ପ୍ରଶାସନର ପ୍ରସ୍ତୁତି ଶେଷ - ଓଡିଶା ପୌର ନିର୍ବାଚନ

ପୌର ନିର୍ବାଚନ ପାଇଁ ଗୁରୁବାର ମତଦାନ ହେବ । କେନ୍ଦ୍ରାପଡା ଜିଲ୍ଲାର ଦୁଇଟି ମ୍ୟୁନିସିପାଲିଟିରେ ମତଦାନ ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ଆଜି ଅପରାହ୍ନ ସୁଦ୍ଧା ଯାଇ ସାରିଛନ୍ତି । ଅଧିକ ପଢନ୍ତୁ

Municipal Election: କେନ୍ଦ୍ରାପଡାର ପ୍ରଶାସନର ପ୍ରସ୍ତୁତି ଶେଷ
Municipal Election: କେନ୍ଦ୍ରାପଡାର ପ୍ରଶାସନର ପ୍ରସ୍ତୁତି ଶେଷ

By

Published : Mar 23, 2022, 9:23 PM IST

କେନ୍ଦ୍ରାପଡା: ପୌର ନିର୍ବାଚନ ପାଇଁ ଆସନ୍ତାକାଲି (ଗୁରୁବାର) ମତଦାନ ହେବ । କେନ୍ଦ୍ରାପଡା ଜିଲ୍ଲାର ଦୁଇଟି ମ୍ୟୁନିସିପାଲିଟିରେ ମତଦାନ ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ଆଜି ଅପରାହ୍ନ ସୁଦ୍ଧା ଯାଇ ସାରିଛନ୍ତି । ମ୍ୟୁନିସିପାଲିଟିର ୨୧ଟି ୱାର୍ଡରେ ମୋଟ ୪୧ଟି ବୁଥ କରା ଯାଇଥିବା ବେଳେ ସହରାଞ୍ଚଳ ହୋଇଥିବା କାରଣରୁ ସମସ୍ତ ବୁଥକୁ ସମ୍ବେଦନଶୀଳ ଦର୍ଶାଯାଇଛି ।

Municipal Election: କେନ୍ଦ୍ରାପଡାର ପ୍ରଶାସନର ପ୍ରସ୍ତୁତି ଶେଷ

ସେହିପରି ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ରହିଥିବା ବେଳେ ୪ଜଣ ପୋଲିଂ ଅଫିସର ଏବଂ ଜଣେ କନେଷ୍ଟବଳ ରାଙ୍କର ପୋଲିସ ରହିଛନ୍ତି । ଚଳିତଥର ଇଭିଏମ ମାଧ୍ୟମରେ ସହରବାସୀ ଭୋଟ ଦେବାକୁ ଥିବା ବେଳେ ବୁଥକୁ ଯିବା ଆଗରୁ ପୋଲିଂ ପାର୍ଟି ନିଜ ନିଜ ଇଭିଏମ ଚେକ୍‌ କରୁଥିବା କେନ୍ଦ୍ରାପଡ଼ା କଲେଜ ପରିସରରେ ଦେଖିବାକୁ ମିଳିଛି । ଏଥିସହ କେନ୍ଦ୍ରାପଡା ସହରରେ ୩ଟି ପିଙ୍କ୍‌ ବୁଥ ଏବଂ ୩ଟି ମଡେଲ ବୁଥ କରାଯାଇଛି ।

ସେହିଭଳି ସକାଳ ୮ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ମୋବାଇଲ ପାଟ୍ରୋଲିଂ ଗାଡି ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଉପ ଜିଲ୍ଲାପାଳ ତଥା ପୋୖର ନିର୍ବାଚନ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details