ଓଡିଶା

odisha

By

Published : May 3, 2022, 3:55 PM IST

ETV Bharat / state

ନାବାଳିକାକୁ ଦୁଷ୍କର୍ମ ! ବାହାରେ ବୁଲୁଛି ଅଭିଯୁକ୍ତ, ଚୁପ୍ ବସିଛି ପୋଲିସ

କେନ୍ଦ୍ରାପଡାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ପୀଡିତାକୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତକୁ ପୋଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବାହାରେ ବୁଲୁଛି ଅଭିଯୁକ୍ତ
କେନ୍ଦ୍ରାପଡାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବାହାରେ ବୁଲୁଛି ଅଭିଯୁକ୍ତ

କେନ୍ଦ୍ରାପଡା: ରୋଷେଇ କରିବା ପାଇଁ ଚାଉଳ ଧୋଉଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ! ଘରେ କେହି ନଥିବାର ସୁଯୋଗ ନେଇ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରୁ ଏଭଳି ପାଶବିକତା ସାମ୍ନାକୁ ଆସିଛି । ବଡକଥା ହେଉଛି, ଏହି ଘଟଣାକୁ 10 ଦିନ ବିତିଯାଇଥିଲେ ମଧ୍ୟ ପୀଡିତାକୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତକୁ ପୋଲିସ ଘଣ୍ଟ ଘୋଡାଉଥିବା ସଙ୍ଗୀନ ଅଭିଯୋଗ ହୋଇଛି । ତାଳଚୁଆ ସାମୁଦ୍ରିକ ଥାନା ପୋଲିସର ଅଭିଯୁକ୍ତ ପ୍ରତି କୋହଳ ମନୋଭାବ ପୋଷଣକୁ ନେଇ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି ଉଭୟ ପୀଡ଼ିତା ଓ ପରିବାରବର୍ଗ ।

କେନ୍ଦ୍ରାପଡାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବାହାରେ ବୁଲୁଛି ଅଭିଯୁକ୍ତ

ଅଭିଯୋଗ ଅନୁଯାୟୀ, ଗତ 24 ତାରିଖ ଦିନ ଏହି ଘଟଣା ଘଟିଛି । ସାମୁଦ୍ରିକ ଥାନା ଅଞ୍ଚଳର ଜନୈକ 14 ବର୍ଷୀୟା ନାବାଳିକା ରୋଷେଇ ପାଇଁ ଚାଉଳ ଧୋଇବାକୁ ନଳକୂପକୁ ଯାଇଥିଲେ । ସେହି ସମୟରେ ତାଙ୍କ ବାପାମାଆ ଘରେ ନଥିଲେ । ଏହାର ସୁଯୋଗ ନେଇ ସେହି ଗାଁର ସଞ୍ଜୟ ଗିରି ନାମକ ଯୁବକ ପ୍ରଥମେ ନାବାଳିକାଙ୍କୁ ଅସଦାଚରଣ କରିବା ପରେ ଘର ଭିତରକୁ ଟେକିନେଇ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ଏହି ଘଟଣାକୁ ନେଇ ଗାଁ ମୁରବୀମାନଙ୍କ ବୈଠକ ବସିଥିଲେ ହେଁ କୌଣସି ସମାଧାନର ରାସ୍ତା ବାହାରି ପାରିନଥିଲା । ଫଳରେ 28 ତାରିଖ ଦିନ ଏନେଇ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ ବାରିକଙ୍କ ନିକଟରେ ପରିବାର ଲୋକେ ଏତଲା ଦେଇଥିଲେ । ମାତ୍ର 10 ଦିନ ହେଲାଣି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ବାତ୍ୟା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ସେବା ଯୋଗାଇ ଦେଉଥିବା ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଏହି ଘଟଣାରେ କାହିଁକି କୋହଳ ମନୋଭାବ ପୋଷଣ କରୁଛନ୍ତି ସେନେଇ ପ୍ରଶ୍ନ ଉଠିଛି ।

ଅଭିଯୁକ୍ତ ସଞ୍ଜୟ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛାମୁଆ କର୍ମୀ ହୋଇଥିବାରୁ ଆଇଆଇସି ତାଙ୍କ ପାଖରେ ପହଞ୍ଚିବାକୁ ସାହସ କରୁନଥିବା ଅଭିଯୋଗ ହେଉଛି । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପଚାରାଯିବାରୁ ସେ କହିଛନ୍ତି, ''ତଦନ୍ତ ଚାଲିଛି ଓ ଘଟଣାକୁ ନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ'' । ତେବେ ଏସବୁ ଅଭିଯୋଗ ପରେ ପୋଲିସ ପ୍ରଶାସନ କ'ଣ ପଦକ୍ଷେପ ନେଉଛି ଓ କେବେ ଅଭିଯୁକ୍ତ ଗିରଫ ହେଉଛି ତାହା ସମୟ କହିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details