ଓଡିଶା

odisha

ETV Bharat / state

Mann Ki Baat: କେନ୍ଦ୍ରାପଡାର କମଳା ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ, ଦେଶ ଜାଣିଲା କମଳାଙ୍କ କାରିଗରୀ - ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍

98ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର କମଳା ମହାରଣାଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ଶୁଣିଲା 60 ବର୍ଷୀୟ ବୃଦ୍ଧା କମଳାଙ୍କ ସଫଳତାର କାହାଣୀ । ଅଧିକ ପଢନ୍ତୁ

pm modi talk about kendrapara kamala maharana
Mann Ki Baat

By

Published : Feb 26, 2023, 12:52 PM IST

Updated : Feb 26, 2023, 1:18 PM IST

ନୂଆଦିଲ୍ଲୀ:98ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲା ଖାଇରାବାଦ ଅଞ୍ଚଳର କମଳା ମହାରଣାଙ୍କ କଥା କହିଛନ୍ତି । ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସମଗ୍ର ଦେଶବାସୀ କେନ୍ଦ୍ରାପଡାର କମଳାଙ୍କ କାରିଗରୀ ବିଷୟରେ ଜାଣିବାକୁ ପାଇଲେ । କମଳା ମହାରଣା ଅଦରକାରୀ ପଲିଥିନକୁ ବ୍ୟବହାରଯୋଗ୍ୟ କରିଛନ୍ତି ।

ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ସ୍ବଚ୍ଛ ଭାରତ ଜନ ଆନ୍ଦୋଳନ ହେବାକୁ ଯାଉଛି । ସ୍ବଚ୍ଛ ଭାରତ ଅଭିଯାନର ଏକ ମହତ୍ବପୂର୍ଣ୍ଣ ଆହ୍ବାନ ହେଉଛି ୱେଷ୍ଟ ଟୁ ୱେଲ୍ଥ ଅର୍ଥାତ ଅଦରକାରୀରୁ ସ୍ବାସ୍ଥ୍ୟକର । ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାର କମଳା ମହାରଣା ଏକ ସ୍ବୟଂ ସହାୟକ ଗୋଷ୍ଠୀ ଚଳାଉଛନ୍ତି । ସେମାନେ କ୍ଷୀର ପ୍ୟାକେଟ ଓ ବିଭିନ୍ନ ପ୍ଲାଷ୍ଟିକ ପ୍ୟାକେଟରୁ ଦରକାରୀ ଜିନିଷ ତିଆରି କରୁଛନ୍ତି । ଉକ୍ତ ଅଞ୍ଚଳର ସ୍ବଚ୍ଛତା ସହିତ ଆମଦାନୀରେ ମଧ୍ୟ ଏକ ଭଲ ରାସ୍ତା ସୃଷ୍ଟି ହୋଇଛି ।''

କମଳା ମହାରଣା କ୍ଷୀର ପ୍ୟାକେଟ ଓ ଅନ୍ୟ ପଲିଥିନ ପ୍ୟାକେଟରୁ ଝୁଡି ତିଆରି କରିଛନ୍ତି । ଏହିସବୁ ସାମଗ୍ରୀକୁ ସ୍ଥାନୀୟ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳାରେ ପକାଇ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ପ୍ରାୟ 10ରୁ ଅଧିକ ମହିଳା ଏହି କାର୍ଯ୍ୟ କରି ରୋଜଗାରକ୍ଷମ ହୋଇଛନ୍ତି । ପଲିଥିନରୁ କମଳା ଝୁଡି, ପାଚିଆ, ଡାଲା, ବଡି ପାମ୍ପଡ ଶୁଖାଇବା ପାଇଁ ଝାମ୍ପି, ପାପୋଛ ଓ ବିଭିନ୍ନ ଘରସଜ୍ଜା ସମାଗ୍ରୀ ତିଆରି କରିଛନ୍ତି । ବଜାରରେ ଏହି ଜିନିଷର ଭଲ ଚାହିଦା ମଧ୍ୟ ରହିଛି । କମଳାଙ୍କ ଏହି ପ୍ରାୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏହାଦ୍ବାରା ପରିବେଶ ପରିଷ୍କାର ରହିବା ସହିତ ରୋଜଗାର ବାଟ ମଧ୍ୟ ଫିଟିଛି । ଖାଲି କମଳା ନୁହନ୍ତି ତାଙ୍କ ପରି ଅନେକ ମହିଳା ଏହି କାରିଗରୀ ଆପଣେଇ ସ୍ବାବଲମ୍ବୀ ହୋଇଛନ୍ତି । କମଳାଙ୍କ ବୟସ 60 ଛୁଇଁଲାଣି ହେଲେ ତାଙ୍କର ଏହି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ ।

ଏହା ବି ପଢନ୍ତୁ....ପରିବେଶକୁ ସ୍ବଚ୍ଛ ରଖିବାର ଅଜବ ନିଶା, ୪୦ ବର୍ଷ ହେବ ରାସ୍ତାଘାଟ ସଫା କରୁଛନ୍ତି ବୃଦ୍ଧା

ପ୍ରକାଶଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତର ଏହା 98 ତମ ସଂସ୍କରଣ । ପ୍ରତି ମାସ ଶେଷ ରବିବାର ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । 2014 ଅକ୍ଟୋବର 3 ତାରିଖରେ ପ୍ରଥମ ମନ୍ କି ବାତ୍ ଏପିସୋଡ ପ୍ରସାରିତ ହୋଇଥିଲା ।

Last Updated : Feb 26, 2023, 1:18 PM IST

ABOUT THE AUTHOR

...view details