ଓଡିଶା

odisha

By

Published : Aug 26, 2021, 8:15 AM IST

ETV Bharat / state

ସରିଲା ଯୋଜନାବୋର୍ଡ ବୈଠକ, ସମ୍ଭାବ୍ୟ ମରୁଡି ପରିସ୍ଥିତିର ମୁକାବିଲା ନେଇ ଆଲୋଚନା

ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କମିଟିର ଷୋଡଶ ବୈଠକ । ସମ୍ଭାବ୍ୟ ମରୁଡି ପରିସ୍ଥିତିର ମୁକାବିଲା ଏବଂ ୨୨ ଅଗଷ୍ଟ ସୁଦ୍ଧା ଜିଲ୍ଲାରେ ୬୭ ଭାଗ କମ ବର୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ...

ସରିଲା ଯୋଜନାବୋର୍ଡ ବୈଠକ, ସମ୍ଭାବ୍ୟ ମରୁଡି ପରିସ୍ଥିତିର ମୁକାବିଲା ପାଇଁ ଆଲୋଚନା
ସରିଲା ଯୋଜନାବୋର୍ଡ ବୈଠକ, ସମ୍ଭାବ୍ୟ ମରୁଡି ପରିସ୍ଥିତିର ମୁକାବିଲା ପାଇଁ ଆଲୋଚନା

ବରଗଡ଼: ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କମିଟିର ଷୋଡଶ ବୈଠକ । ସମ୍ଭାବ୍ୟ ମରୁଡି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ ୨୨ ଅଗଷ୍ଟ ସୁଦ୍ଧା ଜିଲ୍ଲାରେ ୬୭ ଭାଗ କମ ବର୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏହାସହ ଜିଲ୍ଲାର କୃଷକମାନଙ୍କୁ ଅନାବୃଷ୍ଟିରୁ ରକ୍ଷା କରିବା ପାଇଁ ଜଳଯୋଗାଣ ଇକୋ ପର୍ଯ୍ୟଟନ ପ୍ରକଳ୍ପ ପ୍ରତିଷ୍ଠା, ସାମୁଦ୍ରିକ ଖାଦ୍ୟ କ୍ଲଷ୍ଟର ପ୍ରତିଷ୍ଠା ଉପରେ ଗୁରୁତ୍ବାରୋପ କରିଥିଲେ ମନ୍ତ୍ରୀ ଓ ସଦସ୍ୟଗଣ।

ସରିଲା ଯୋଜନାବୋର୍ଡ ବୈଠକ, ସମ୍ଭାବ୍ୟ ମରୁଡି ପରିସ୍ଥିତିର ମୁକାବିଲା ପାଇଁ ଆଲୋଚନା

ସମ୍ଭାବ୍ୟ ମରୁଡ଼ିକୁ ଦୃଷ୍ଟିରେ ରଖି ସମସ୍ତ କେନାଲରେ ପାଣି ଆସିବା ଓ ଉଠା ଜଳସେଚନ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ଜିଲ୍ଲାରେ ଫୁଡପାର୍କ, ଶୀତଳଭଣ୍ଡାର ପ୍ରତିଷ୍ଠା ସହ ଶିଳ୍ପ ଓ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ହୋଇଥିବା ଦାବି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏପଟେ ଦୀର୍ଘଦିନରୁ ବନ୍ଦ ପଡିଥିବା ବଳଦେବ ଜୀଉ ପାୱାରଲୁମକୁ ବସଷ୍ଟାଣ୍ଡ ଉଠାଇ ଆଣିବା ପାଇଁ କେନ୍ଦ୍ରାପଡ଼ା ବିଧାୟକ ଆଣିଥିବା ଦାବି ଉପରେ କିଛି ସମୟ ପାଇଁ ବୈଠକରେ ଚର୍ଚ୍ଚା ଜୋର ଧରିଥିଲା।

ଦୁହୁରିଆ ଠାରେ ଏକ ଟ୍ରମା କେୟାର ପ୍ରତିଷ୍ଠା ପାଇଁ ଦାବି ଉଠିଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ ସହ MSME ଦ୍ବାରା ପ୍ରକଳ୍ପ ନିର୍ମାଣ କରାଗଲେ କେନ୍ଦ୍ରାପଡ଼ା ଜିଲ୍ଲାର ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଇପାରନ୍ତା ବୋଲି ବୈଠକରେ ଆଲୋଚନା ହୋଇଥିଲା । ୨୦୨୦-୨୧ର କ୍ରିଟିକାଲ ଗ୍ୟାପ ଫଣ୍ଡ ଏହି ବୈଠକରେ ପାରିତ ହୋଇଥିଲା । ତେବେ ସାରା ରାଜ୍ୟରେ ଦେଖାଦେଇଥିବା ସମବାୟ ଦୁର୍ନୀତି ସମ୍ପର୍କରେ ମନ୍ତ୍ରୀ ସ୍ବାଇଁ, ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଦୁର୍ନୀତି ପୂର୍ବରୁ ହୋଇ ଆସିଛି, ତେଣୁ ଟିକିଏ ସମୟ ଲାଗିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details