କେନ୍ଦ୍ରପଡା: ସାମୁଦ୍ରିକ ଝଡ ଫନି ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ବସ୍ତି ଅଞ୍ଚଳ ତଥା ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ମାତ୍ର ସେଠାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି ।
ତେବେ ଏହାର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ଆମ ପ୍ରତିନିଧି ପହଁଚିଥିଲେ କେନ୍ଦ୍ରାପଡା ତୁଳସୀ ମହାବିଦ୍ୟାଳୟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ । କେନ୍ଦ୍ରାପଡା ମ୍ୟୁନିସିପାଲିଟିର ଦୁଇଟି ୱାର୍ଡର ଲୋକେ ଏଠାରେ ଆଶ୍ରୟ ନେଇଛନ୍ତି । ମାତ୍ର ଗତକାଲି ସଂଧ୍ୟାରୁ ଆସିଥିବା ଏହି ଲୋକମାନଙ୍କୁ କିଛି ଶୁଖିଲା ଖାଦ୍ୟ( କେବଳ ଚୁଡା ଓ ଗୁଡ ) ଛଡା ଅନ୍ୟ କିଛି ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇଛି ।