କେନ୍ଦ୍ରାପଡା: ଆକ୍ସନ ମୋଡ଼ରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଜିଲ୍ଲାରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ ଜିଲ୍ଲାପାଳ ବଦ୍ଧ ପରିକର । ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟଗୁଡିକରେ ଚଢ଼ାଉ କରି ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ସାବାଡ଼ କରୁଛନ୍ତି । ତେବେ ଆଜି ମଧ୍ୟାହ୍ନରେ କେନ୍ଦ୍ରାପଡ଼ାରୁ କଟକ ଯାଉଥିବା ହରଗୌରୀ ବସ ଗାଡି ନମ୍ବର(OD05N 3132) ଓ ବନଦୁର୍ଗା ବସ ନମ୍ବର (OR02AZ 4106) ନାମକ ଦୁଇଟି ଘରୋଇ ବସ ଉପରେ ଚଢ଼ାଉ କରିଥିଲେ ।
ଚଢ଼ାଉ ସମୟରେ ଦୁଇଟି ଯାକ ବସ ଯାତ୍ରୀ ମାନଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ନେଉଥିବା ଓ ଟିକେଟ କାଟିବା ସମୟରେ କାର୍ବନ କପି ନପକାଇ କୌଣସି ଟିକେଟର ନକଲ ରଖୁନଥିବାରୁ ବସର କର୍ମଚାରୀ ମାନଙ୍କୁ ତାଗିଦ କରିଥିଲେ। ପରେ ଜିଲ୍ଲା ପରିବହନ ବିଭାଗ ଅଧିକାରୀ ନିଖିଲ ପଟ୍ଟନାୟକଙ୍କୁ ଡାକି ଉକ୍ତ ଦୁଇଟି ବସର କାଗଜପତ୍ର ଜବତ କରିବା ସହ ସେମାନଙ୍କ ନିକଟରୁ ଫାଇନ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା ପରେ ପରିବହନ ଅଧିକାରୀ ମୋଟର ଭେଇକିଲ ଆକ୍ଟ 178(ବିନା ଟିକେଟରେ ଯାତ୍ରା) ଅନୁଯାୟୀ 500 ଟଙ୍କା ଓ ଆକ୍ଟ 181(ବିନା ଲାଇସେନ୍ସରେ ଗାଡି ଚାଳନା) ଅନୁଯାୟୀ 5000 ଟଙ୍କା ଲେଖାଏଁ ଦୁଇଟି ଗାଡିରୁ ମୋଟ 11000 ଟଙ୍କା ଫାଇନ ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ପରିବହନ ଅଧିକାରୀ।
କେନ୍ଦ୍ରାପଡା: ଆକ୍ସନ ମୋଡ଼ରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଜିଲ୍ଲାରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ ଜିଲ୍ଲାପାଳ ବଦ୍ଧ ପରିକର । ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଗୁଡିକରେ ଚଢ଼ାଉ କରି ଦୁର୍ନୀତିଗ୍ରସ୍ତ ବାବୁ ମାନଙ୍କୁ ସାବାଡ଼ କରୁଛନ୍ତି । ତେବେ ଆଜି ମଧ୍ୟାହ୍ନରେ କେନ୍ଦ୍ରାପଡ଼ାରୁ କଟକ ଯାଉଥିବା ହରଗୌରୀ ବସ ଗାଡି ନମ୍ବର(OD05N 3132) ଓ ବନଦୁର୍ଗା ବସ ନମ୍ବର (OR02AZ 4106) ନାମକ ଦୁଇଟି ଘରୋଇ ବସ ଉପରେ ଚଢ଼ାଉ କରିଥିଲେ ।
ଚଢ଼ାଉ ସମୟରେ ଦୁଇଟି ଯାକ ବସ ଯାତ୍ରୀ ମାନଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ନେଉଥିବା ଓ ଟିକେଟ କାଟିବା ସମୟରେ କାର୍ବନ କପି ନପକାଇ କୌଣସି ଟିକେଟର ନକଲ ରଖୁନଥିବାରୁ ବସର କର୍ମଚାରୀ ମାନଙ୍କୁ ତାଗିଦ କରିଥିଲେ। ପରେ ଜିଲ୍ଲା ପରିବହନ ବିଭାଗ ଅଧିକାରୀ ନିଖିଲ ପଟ୍ଟନାୟକଙ୍କୁ ଡାକି ଉକ୍ତ ଦୁଇଟି ବସର କାଗଜପତ୍ର ଜବତ କରିବା ସହ ସେମାନଙ୍କ ନିକଟରୁ ଫାଇନ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ପରେ ପରିବହନ ଅଧିକାରୀ ମୋଟର ଭେଇକିଲ ଆକ୍ଟ 178(ବିନା ଟିକେଟରେ ଯାତ୍ରା) ଅନୁଯାୟୀ 500 ଟଙ୍କା ଓ ଆକ୍ଟ 181(ବିନା ଲାଇସେନ୍ସରେ ଗାଡି ଚାଳନା) ଅନୁଯାୟୀ 5000 ଟଙ୍କା ଲେଖାଏଁ ଦୁଇଟି ଗାଡିରୁ ମୋଟ 11000 ଟଙ୍କା ଫାଇନ ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ପରିବହନ ଅଧିକାରୀ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ