ଓଡିଶା

odisha

ETV Bharat / state

ରାତି ପାହିଲେ ନିର୍ବାଚନ, ସୁରକ୍ଷା ବଳୟରେ ପାଟକୁରା

ରାତି ପାହିଲେ ପାଟକୁରା ନିର୍ବାଚନ । ତେବେ ନିର୍ବାଚନ ନେଇ କଣ ରହିଛି ପ୍ରସ୍ତୁତି ସେ ନେଇ ଆମ ପ୍ରତିନିଧି ରିଟର୍ଣ୍ଣିଙ୍କ ଅଫିସର ତଥା ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

By

Published : Jul 19, 2019, 2:59 PM IST

କେନ୍ଦ୍ରାପଡ଼ା: ରାତି ପାହିଲେ ପାଟକୁରା ନିର୍ବାଚନ । ଦୁଇଦିନ ପୂର୍ବରୁ ଶେଷ ହୋଇଛି ପ୍ରଚାର । ତେବେ ନିର୍ବାଚନ ନେଇ କଣ ରହିଛି ପ୍ରସ୍ତୁତି ସେ ନେଇ ଆମ ପ୍ରତିନିଧି ରିଟର୍ଣ୍ଣିଂଙ୍କ ଅଫିସର ତଥା ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ଉପଜିଲ୍ଲାପାଳଙ୍କ କହିବା ଅନୁସାରେ, ଆସନ୍ତାକାଲି(ଶନିବାର) ମୋଟ୍‌ ୩୦୯ଟି ବୁଥରେ ସକାଳ ୭ଟାରୁ ୨ ଲକ୍ଷ, ୪୪ ହଜାର ୭୪୭ ଜଣ ମତଦାତା ଭୋଟ୍‌ ଦେବେ। ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୭ ହଜାର ୩୦୬ ଜଣ ମହିଳା ହୋଇଥିବା ବେଳେ ୧,୨୭,୪୩୧ ପୁରୁଷ ଭୋଟର ରହିଛନ୍ତି । ଏହାସହ ୧୦ ଜଣ କିନ୍ନର ଭୋଟ୍‌ ଦେବେ। ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ।

ଅନ୍ତିମ ଦିନରେ ଶାସକ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ଜୋରଦାର ପ୍ରଚାର କରିଛି। ସେହିପରି ବିଜୟ ମହାପାତ୍ରଙ୍କ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଚାର କରିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ନିର୍ବାଚନ ପଡ଼ିଆକୁ ଓହ୍ଲାଇଛନ୍ତି। ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି।

ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି। ମତଦାନ ପାଇଁ ବୁଥମାନଙ୍କରେ ମୋଟ ୧୭୦୦ କର୍ମଚାରୀ ନିଯୁକ୍ତ କରାଯାଇଛି। ଏଥିରେ ୫ ଜଣ ଜୋନାଲ ସେକ୍ଟର ମାଜିଷ୍ଟ୍ରେଟ ମଧ୍ୟ ରହିଛନ୍ତି। ପାଟକୁରା ଆସନରେ 235ଟି ବୁଥ ସମ୍ବେଦନଶୀଳ ରହିଛି। ଏଥି ପାଇଁ ପୋଲିସର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସିଏପିଏଫର ୪ଟି କମ୍ପାନୀ ମୁତୟନ ହେବେ।

ଏହାସହ ୩୧ଟି ବୁଥରେ ୱେବ୍‌ କାଷ୍ଟିଂ ହେବ। ସେହିପରି ୪୦ଟି ମତଦାନ କେନ୍ଦ୍ରରେ ସିସିଟିଭି ଲାଗିବାକୁ ଥିବା ବେଳେ ୫୨ଟି ବୁଥରେ ମାଇକ୍ରୋ ଅବଜରଭର ଓ ୧୫ଟି ବୁଥରେ ଭିଡିଓଗ୍ରାଫି ହେବ।

ସେହିପରି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨୮୫୨ ଦିବ୍ୟାଙ୍ଗଙ୍କ ପାଇଁ ୩୦୯ଟି ମତଦାନ କେନ୍ଦ୍ରରେ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details