ଓଡିଶା

odisha

ETV Bharat / state

ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ଗରିଫ ଦାବି କଲା ଓମସା ସଂଗଠନ - ସୁପରିଟେଣ୍ଡେଣ୍ଟ ଓ କର୍ମଚାରୀଙ୍କୁ ଆକ୍ରମଣ

OMSA Press Meet: ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଓ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ କରୁନି ପୋଲିସ । ପୋଲିସର ଚାଳଚୁଳ ନୀତୁକୁ ବିରୋଧ କଲା ଓମସା ସଂଗଠନ। ଅଧିକ ପଢ଼ନ୍ତୁ

ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଆକ୍ରମଣ,
OMSA Press Meet

By ETV Bharat Odisha Team

Published : Dec 14, 2023, 12:02 PM IST

Updated : Dec 14, 2023, 12:36 PM IST

rajnagar group health center

କେନ୍ଦ୍ରାପଡା: ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଣ୍ଟ ଓ କର୍ମଚାରୀଙ୍କୁ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ ଘଟଣା । ଅଭିଯୁକୁ ଗିରଫ କରିବାରେ ପୋଲିସ ବିଫଳ । ଧାରଣାରେ ବସିବା ପରେ କୌଣସି ସୁଫଳ ନମିଳିବାରୁ ସରକାରୀ ସ୍ୱାସ୍ଥ୍ୟ ବିଭାଗର ଯୋଜନାରେ ସାମିଲ ନହେବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି ଓମସାର କର୍ମକର୍ତ୍ତା । ଏଥିସହ ପୋଲିସ ଆଣୁଥିବା ବିଭିନ୍ନ ମକଦ୍ଦମା ମୂଳକ ଅଭିଯୁକ୍ତଙ୍କୁ ମେଡିକାଲ ଟେଷ୍ଟ ଓ ଚିକିତ୍ସା କରିବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ଆକ୍ରମଣ ଘଟଣାକୁ ସପ୍ତାହେରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିବା ବେଳେ ଅପରାଧୀ ମାନେ ଖୋଲାଖୋଲି ଭାବେ ବାହାରେ ବୁଲୁଛନ୍ତି । କିନ୍ତୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅସମର୍ଥ ହୋଇଥିବା ଅଭିଯୋଗ ହୋଇଛି।

ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତରଙ୍କ ସମେତ ଅନ୍ୟ ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଡାକ୍ତରମାନେ ଆନ୍ଦୋଳନରୁ ଓହରି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେମାନେ ରୋଗୀଙ୍କୁ ଦେଖିବେ ହେଲେ ପୋଲିସ ଆଣୁଥିବା ବିଭିନ୍ନ ମକଦ୍ଦମା ମୂଳକ ଅଭିଯୁକ୍ତଙ୍କୁ ମେଡିକାଲ ଟେଷ୍ଟ ଓ ଚିକିତ୍ସା କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ବିଭାଗର ଯୋଜନାରେ ସେମାନେ ଯୋଗଦାନ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ପ୍ରତ୍ୟେକ ମାସରେ ଅନୁଷ୍ଠିତ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଓ ଚକ୍ଷୁ ଚିକିତ୍ସା ଶିବିରକୁ ମଧ୍ୟ ନା' କରିଛନ୍ତି ଓମସାର କର୍ମକର୍ତ୍ତା ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ କାହିଁକି ଡାକ୍ତର ଅଭାବ, କାରଣ କହିଲା ଓମସା

ଗୋଟିଏ ପଟେ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ଢିଲା ସାଙ୍ଗକୁ ଅଭିଯୁକ୍ତକୁ ଗିରଫ କରିବାରେ ବିଳମ୍ବ ଅନ୍ୟପଟେ ଡାକ୍ତରଙ୍କ ଏଭଳି ଆନ୍ଦୋଳନ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଡାକ୍ତର ଏବଂ ପୋଲିସଙ୍କ ମଧ୍ୟରେ ଆରପାର ଲଢେଇରେ ଜନସାଧାରଣ ଯେ ପ୍ରଭାବିତ ହେବେ ଏଥିରେ ଦ୍ଵିଗ୍ଧା ନାହିଁ । ଗତମାସ ୨୯ ତାରିଖରେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଣ୍ଟ ରଶ୍ମିରଞ୍ଜନ ମହାନ୍ତି ଓ ମେଡିକାଲ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଡାକ୍ତର ଓ କର୍ମଚାରୀ । ତେବେ ପୋଲିସ କୌଣସି ଅପରାଧିଙ୍କୁ ଗିରଫ ନକରିବାରୁ ଦୁଇଦିନ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ କର୍ମଚାରୀ ଓ ମେଡିକାଲ ଅଫିସର । ତେବେ ଆକ୍ରମଣ ଘଟଣାକୁ ସପ୍ତାହେରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିନି ପୋଲିସ ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Dec 14, 2023, 12:36 PM IST

ABOUT THE AUTHOR

...view details