ଓଡିଶା

odisha

ETV Bharat / state

ଅସହ୍ୟ ହେଲା ଗ୍ରାମବାସୀଙ୍କ ନିର୍ଯ୍ୟାତନା, ବିଷ ପିଇଲେ ବୃଦ୍ଧ - ଏକ ଘରିଆ

ସୀମା ଟପିଲା ନିର୍ଯ୍ୟାତନା । ଗ୍ରାମବାସୀଙ୍କ ଅତ୍ୟାଚାର ସହିନପାରି ଶେଷରେ ବିଷ ପିଇଲେ ବୃଦ୍ଧ । ଅଧିକ ପଢନ୍ତୁ...

ଗାଁ ଲୋକଙ୍କ ନିର୍ଯ୍ୟାତନା ସହିନପାରି ବିଷ ପିଇଲେ ବୃଦ୍ଧ
ଗାଁ ଲୋକଙ୍କ ନିର୍ଯ୍ୟାତନା ସହିନପାରି ବିଷ ପିଇଲେ ବୃଦ୍ଧ

By

Published : Aug 31, 2021, 7:37 AM IST

କେନ୍ଦ୍ରାପଡା: ସୀମା ଟପିଲା ନିର୍ଯ୍ୟାତନା । ଗ୍ରାମରେ ଏକଘରିଆ ହୋଇ ରହିବା ପରେ ମଧ୍ୟ ଗ୍ରାମବାସୀଙ୍କ ଅତ୍ୟାଚାର ସହିନପାରି ଶେଷରେ ବିଷ ପିଇଲେ ବୃଦ୍ଧ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ତନ୍ତିଆପାଳ ଥାନା ନାଞ୍ଜୁରା ପଞ୍ଚାୟତ ଦୋଳିଗାଁରେ । କୌଣସି କାରଣକୁ ନେଇ ଗାଁର ପୁରସ୍ତମ ସ୍ବାଇଁଙ୍କ ପରିବାରକୁ ଦୀର୍ଘ ୨ ମାସ ହେବ ଗାଁର କମିଟି ଏକଘରିଆ ରଖିଥିଲେ । ଏପରିକି ଗାଁର ଦେକାନ ଗୁଡିକୁ ଯିବାକୁ ବାରଣ କରିଥିବା ବେଳେ ଗାଁ ଲୋକେ ପୁରୁସ୍ତମଙ୍କ ପରିବାର ସହ କଥା ହେବାକୁ ମଧ୍ୟ ବାରଣ କରାଯାଇଥିଲା ।

ଗାଁ ଲୋକଙ୍କ ନିର୍ଯ୍ୟାତନା ସହିନପାରି ବିଷ ପିଇଲେ ବୃଦ୍ଧ

ରବିବାର ପୁରସ୍ତମ ତାଙ୍କ ବିଲରେ ଧାନ ରୋଇବା ପାଇଁ ହଳ କରିଥିଲେ । କିନ୍ତୁ ଗ୍ରାମର କିଛି ଲୋକ ଗତକାଲି ଜୋରଜବରଦସ୍ତ ହଳ ହୋଇଥିବା ବିଲରେ ତଳି ରୋଇ ସେଥିରେ ନିଜର ହକ ଜାହିର କରିଥିଲେ। ଏନେଇ ପୁରସ୍ତମ, ତାଙ୍କ ସ୍ତ୍ରୀ ଓ ପୁଅ ଏହାକୁ ବିରୋଧ କରିବାରୁ ଗାଁ ଲୋକେ ଏକତ୍ରିତ ହୋଇ ସେମାନଙ୍କୁ ମାଡ ମାରିଥିଲେ। ଶେଷରେ ଗ୍ରାମବାସୀଙ୍କ ଅସହ୍ୟ ଅତ୍ୟାଚାରରେ ଅତିଷ୍ଠ ହୋଇ ସେ ବିଷ ପିଇଦେଇଥିଲେ । ତାଙ୍କୁ ପ୍ରଥମେ ବାବର ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା।

ପୁରସ୍ତମଙ୍କ ପୁଅ ଏନେଇ ସାମୁଦ୍ରିକ ଥାନା ତନ୍ତିଆପାଳରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ନେଇ ତନ୍ତିଆପାଳ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details