ଓଡିଶା

odisha

By

Published : Oct 21, 2022, 1:02 PM IST

ETV Bharat / state

କେନ୍ଦ୍ରାପଡା ଜିଲ୍ଲା ନୂଆ ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତବର୍ଷ ଡିସେମ୍ବର ୧୫ ତାରିଖରେ ଶିଶୁ ଓ ମାତୃ ହସ୍ପିଟାଲ ଉଦ୍‌ଘାଟିତ ହୋଇଥିବାବେଳେ ଗୁରୁବାର ସନ୍ଧ୍ୟାରେ ଭିସି ଜରିଆରେ ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଅଧିକ ପଢନ୍ତୁ

କେନ୍ଦ୍ରାପଡା ଜିଲ୍ଲା ନୂଆ ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡା ଜିଲ୍ଲା ନୂଆ ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା: ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କାମ କରି ଆସୁଛନ୍ତି ରାଜ୍ୟ ସରକାର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଧାରିବାକୁ ପ୍ରୟାସ କରୁଛନ୍ତି ସରକାର । ଗୁରୁବାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ ସୌଧ ତଥା କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତବର୍ଷ ଡିସେମ୍ବର ୧୫ ତାରିଖରେ ଶିଶୁ ଓ ମାତୃ ହସ୍ପିଟାଲ ଉଦ୍ଘାଟିତ ହୋଇଥିବାବେଳେ ଗୁରୁବାର ସନ୍ଧ୍ୟାରେ ଭିସି ଜରିଆରେ ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ।

କେନ୍ଦ୍ରାପଡା ଜିଲ୍ଲା ନୂଆ ମୁଖ୍ୟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଡାକ୍ତରଖାନାର ନୂତନ ସୌଧ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ । ଉପସ୍ଥିତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫମାନଙ୍କୁ ପରାମର୍ଶ ଦେବା ସହ ଜିଲ୍ଲାବାସୀଙ୍କୁ ସାଧାରଣ ରୋଗ ପାଇଁ ଆଉ କଟକ କିମ୍ବା ଭୁବନେଶ୍ୱର ଯିବାକୁ ପଡିବ ନାହିଁ ।" ଲୋକାର୍ପିତ ସଭାରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ପାଇଁ ଉଦାରପଣ ଯୋଗୁଁ ଏହି ମେଡିକାଲ ଗୃହ ସମ୍ଭବ ହୋଇପାରିଛି ବୋଲି କହିଥିଲେ ।

ନୂତନ ଲୋକାର୍ପିତ ଚିକିତ୍ସାଳୟରେ ୨୦୦ଶଯ୍ୟା, ଟ୍ରମା କେୟାର, ୩୪ଶଯ୍ୟା ବିଶିଷ୍ଟ ଆଇସିୟୁ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ଅତ୍ୟାଧୁନିକ ବହିଃବିଭାଗ, MRI ସାଙ୍ଗକୁ CT ସ୍କାନ ସୁବିଧା, ୧୫ଶଯ୍ୟା ବିଶିଷ୍ଟ SNCU ସହ କଙ୍ଗାରୁ ମାତୃସେବା ରହିବ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ... ଦୁଇ ବାଇକ ମୁହାଁମୁହିଁ ଧକ୍କା, ଲିଭିଗଲା 3 ଜୀବନ ଦୀପ

ଲୋକାର୍ପିତ ସଭାରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ପାଇଁ ଉଦାହରଣ ଯୋଗୁଁ ଏହି ମେଡିକାଲ ଗୃହ ସମ୍ଭବ ହୋଇପାରିଛି ବୋଲି କହିଥିଲେ । ନୂତନ ଲୋକାର୍ପିତ ଚିକିତ୍ସାଳୟରେ ୨୦୦ ଶଯ୍ୟା, ଟ୍ରମା କେୟାର, ୩୪ଶଯ୍ୟା ବିଶିଷ୍ଟ ଆଇସିୟୁ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ଅତ୍ୟାଧୁନିକ ବହିଃବିଭାଗ, MRI ସାଙ୍ଗକୁ CT ସ୍କାନ ସୁବିଧା, ୧୫ଶଯ୍ୟା ବିଶିଷ୍ଟ SNCU ସହ କଙ୍ଗାରୁ ମାତୃସେବା ରହିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details