କେନ୍ଦ୍ରାପଡ଼ା: ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ରାତ୍ରିକାଳୀନ ରହଣି ବ୍ୟବସ୍ଥା । ଜାତୀୟ ଉଦ୍ୟାନର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଗତକାଲି ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲାଯାଇଥିବା ବେଳେ ରାତ୍ରି ରହଣି ପାଇଁ ବ୍ୟବସ୍ଥା କରାଯାଇନଥିଲା।
ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ରାତ୍ର ରହଣି - ଭିତରକନିକା
ଜାତୀୟ ଉଦ୍ୟାନର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆଜିଠୁ ଉଦ୍ୟାନରେ ଆରମ୍ଭ ହୋଇଛି ରାତ୍ରୀକାଳୀନ ରହଣି ବ୍ୟବସ୍ଥା । ଅଧିକ ପଢନ୍ତୁ..
ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ରାତ୍ରିରହଣୀ
ତେବେ "ଓଡିଶା ଟୁରିଜିମ"ବିଭାଗ ପକ୍ଷରୁ ଟ୍ୱିଟରରେ ଆଜିଠୁ ଭିତରକନିକାର ଡାଙ୍ଗମାଳ ଓ ଗୁପ୍ତିରେ ରାତ୍ରି ରହଣି ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ଅନଲକ ପ୍ରକ୍ରିୟାରେ ସରକାର ଅଗଷ୍ଟ ୧ରୁ ପର୍ଯ୍ୟଟନ ସ୍ଥଳଗୁଡିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଗତକାଲିଠାରୁ କୋଭିଡ କଟକଣା ମଧ୍ୟରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Aug 6, 2021, 12:32 PM IST