ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ାରେ ଗଡିଲା ପରୀକ୍ଷାମୂଳକ ରେଳ ଇଞ୍ଜିନ

ଜିଲ୍ଲାରେ ଗଡିଲା ପ୍ରଥମ ରେଳ ଇଞ୍ଜିନ । 22 ବର୍ଷ ପ୍ରତିକ୍ଷାର ଅନ୍ତ ଘଟାଇ କେନ୍ଦ୍ରାପଡ଼ାରେ ଗଡ଼ିଛି ପରୀକ୍ଷାମୂଳକ ଟ୍ରେନ । ସ୍ଥାନୀୟ ଅଧିବାସୀଙ୍କ ଠାରୁ ବ୍ଯବସାୟୀ ଟ୍ରେନ ଚାଲିବା ପରେ ସମସ୍ତଙ୍କ ମନରେ ବସା ବାନ୍ଧିଛି ଅସୁମାରୀ ଆଶା ।

By

Published : Jul 1, 2019, 2:49 PM IST

Updated : Jul 1, 2019, 3:15 PM IST

ଡ଼ିଜାଇନ୍ ଫଟୋ


କେନ୍ଦ୍ରାପଡ଼ା: ସ୍ବାଧିନତାର 72 ବର୍ଷ ପରେ କେନ୍ଦ୍ରପଡ଼ାକୁ ଗଡ଼ିଛି ପ୍ରଥମ ରେଳ ଇଞ୍ଜିନ୍ । 1997 ମସିହାରେ ହରିଦାସପୁର-ପାରାଦ୍ବୀପ ରେଳପଥ ପ୍ରକଳ୍ପକୁ ମଳିଥିଲା ମଞ୍ଜୁରୀ । ଆଉ ଏହା କାର୍ଯ୍ୟକାରୀ ହେବାକୁ ଲାଗିଯାଇଛି ଦୀର୍ଘ 22 ବର୍ଷ । ଡେରିରେ ହେଉ ପଛେ ଟ୍ରାକରେ ପ୍ରଥମକରି ଟ୍ରେନ ଇଞ୍ଜିନ ଗଡ଼ୁଥିବାର ଦେଖି ଜିଲ୍ଲାବାସୀଙ୍କ ମନରେ ସଞ୍ଚାର ହୋଇଛି ନୂଆ ଆଶା ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡ଼ା


ସମୟ ଅପରାହ୍ନ ସାଢେ ଗୋଟେ । ପ୍ରଥମେ ବାଜିପଡ଼ା ନିକଟରେ ଅଟକିଥିଲା ରେଳ ଇଞ୍ଜିନ । ପରେ ସେଠାରୁ ଗୋପ ଛକରେ ଥିବା ପ୍ଲାଟଫର୍ମକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିଲା ଯାତ୍ରା । ଜିଲ୍ଲାରେ ରେଳପଥ ନିର୍ମାଣ କାର୍ଯ୍ୟ କରୁଥିବା ଦୁଇଟି କମ୍ପାନୀ ମଧ୍ୟରୁ ଗୋଟିଏ କମ୍ପାନୀର କାମ ଶେଷ ହୋଇଥିବାରୁ ଶନିବାର ପରୀକ୍ଷାମୂଳକ ଭାବେ ଗଡ଼ିଛି ଟ୍ରେନ । ରେଳପଥ ନିର୍ମାଣ ପରେ ଜିଲ୍ଲାର ଭିତ୍ତିଭୂମି ବିକାଶ ହେବା ସହ 12 ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ଓ ବ୍ୟବସାୟୀ ଉପକୃତ ହେବା ନେଇ ଆଶା ବାନ୍ଧି ବସିଛନ୍ତି ସ୍ଥାନୀୟ ଲୋକେ ।


ଟ୍ରାକରେ ପରୀକ୍ଷାମୂଳକ ଇଞ୍ଜିନ ଗଡ଼ିସାରିଥିବାବେଳେ ଏବେ ଅପେକ୍ଷା କେବେ ଗଡିବ ଟ୍ରେନ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 1, 2019, 3:15 PM IST

ABOUT THE AUTHOR

...view details