ଓଡିଶା

odisha

ETV Bharat / state

ଅନୁଭବଙ୍କୁ ହତ୍ୟା ଧମକ - anubhav

ବିଜେଡି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । 10 ଲକ୍ଷ ଟଙ୍କା ନଦେଲେ ଜୀବନରେ ମାରିଦେବାକୁ ଧମକ ଦେଲେ ଅଜଣା ଦୂର୍ବୃତ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା, କଟକ

By

Published : Apr 30, 2019, 4:52 PM IST

Updated : Apr 30, 2019, 5:23 PM IST

କଟକ/କେନ୍ଦ୍ରାପଡ଼ା: ବିଜେଡି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ଏକ ଅଜଣା ନମ୍ବରରୁ ହ୍ବାଟସ୍‌ ଆପ୍‌ ମେସେଜରେ ମିଳିଛି ଧମକ ।

ଅନୁଭବ 10 ଲକ୍ଷ ଟଙ୍କା ନଦେଲେ ଜୀବନରେ ମାରିଦେବାକୁ ଧମକ ଦେଲେ ଅଜଣା ବ୍ୟକ୍ତି । ଏ ନେଇ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବ । ଅନୁଭବଙ୍କ ପରିବାରକୁ ମଧ୍ୟ ଧମକ ଦେଇଛି ଅଜଣା ବ୍ୟକ୍ତି । ଅଭିଯୋଗ ଅନୁଯାୟୀ, ମେସେଜରେ କେହି ଦର୍ବୃତ୍ତ ଅନୁଭବଙ୍କୁ ୧୦ ଲକ୍ଷ ଟଙ୍କା ମାଗିଛି । ଆଉ ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ଅନୁଭବଙ୍କ ଅଭିଯୋଗ ପରେ ୯୧/୨୦୧୯ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 30, 2019, 5:23 PM IST

ABOUT THE AUTHOR

...view details