ଓଡିଶା

odisha

By

Published : Mar 10, 2022, 10:16 AM IST

ETV Bharat / state

ପୌର ଫାଇଟ: କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର

ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ପରେ କେନ୍ଦ୍ରାପଡାରେ ଆରମ୍ଭ ହୋଇଯାଇଛି ପ୍ରଚାର । ଅଧିକ ପଢନ୍ତୁ

ପୌର ଫାଇଟ: କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର
ପୌର ଫାଇଟ: କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର

କେନ୍ଦ୍ରାପଡ଼ା: ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ପରେ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । କେନ୍ଦ୍ରାପଡା ମ୍ୟୁନିସିପାଲିଟିର ତିନି ଦଳର ଅଧ୍ୟକ୍ଷା ପ୍ରାର୍ଥୀନୀ ପ୍ରଚାର ମୈଦାନକୁ ଓହ୍ଲାଇ ପୌରାଞ୍ଚଳରେ ଥିବା 21ଟି ୱାର୍ଡରେ ଘରକୁ ଘର ବୁଲି ପ୍ରଚାର କରିଭୋଟ ମାଗିଛନ୍ତି ।

ପୌର ଫାଇଟ: କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର

ବିଜେଡି ପ୍ରାର୍ଥୀନୀ ତଥା ବିଜେଡି ରାଜ୍ୟ ସମ୍ପାଦକ ରଣଜିତ ସାହୁଙ୍କ ପତ୍ନୀ ସରିତା ସାହୁ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ହୋଇଥିଲେ ହେଁ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଝିଆରୀ ହୋଇଥିବାରୁ ସହରବାସୀ ଭୋଟରଙ୍କ ଉପରେ ଦବଦବା ବେଶ ରହିଥିବା ଦେଖାଯାଉଛି। ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନା ଓ ବିକାଶକୁ ଆଗେଇ ନେବାର ସଂକଳ୍ପ ନେଇ ସରିତା ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି ।

ଶହଶହ ମହିଳାଙ୍କୁ ନେଇ ସରିତା ପ୍ରଚାର ଆରମ୍ଭ କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷା ତଥା ଏବେକାର ଜିଲ୍ଲା ମହିଳା ବିଜେଡି ସଭାପତି ରୋଶନା ସାହୁ ମଧ୍ୟ ପ୍ରଚାରରେ ସରିତାଙ୍କ ପାଇଁ ସାମିଲ ହୋଇଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details