କେନ୍ଦ୍ରାପଡା:ବାତ୍ୟା ୟସ ପ୍ରଭାବିତ ଅଞ୍ଚଳରେ ବୁଲି ଲୋକମାନଙ୍କ ଅଭାବ ଅସୁବିଧା ବୁଝିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ୟସ ପ୍ରଭାବରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୭୦ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବାବେଳେ କେରୁଆପାଳ, ରଙ୍ଗଣୀ, ବାଘମାରୀ, ତାଳଚୁଆ, ଗୁପ୍ତି, କୃଷ୍ଣନଗର ଆଦି ପଞ୍ଚାୟତ ବାସିନ୍ଦା ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଫ୍ରି କିଚେନ ବ୍ୟବସ୍ଥା କରାଯାଇ ବାତ୍ୟା ପ୍ରଭାବିତଙ୍କୁ ଖାଦ୍ୟ ବିତରଣ କରାଯାଉଥିବାବେଳେ ଏହାର ସଠିକ ପରିଚାଳନା କରିଥିଲେ ସାଂସଦ। ତେବେ କିଛିଦିନ ଧରି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବାତ୍ୟା ସମୟରେ ନିରୁଦ୍ଦିଷ୍ଟ ଥିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ରବିବାର ଅଚାନକ କେନ୍ଦ୍ରାପଡ଼ା ସାଂସଦଙ୍କ ବାତ୍ୟାଞ୍ଚଳ ଗସ୍ତ ରାଜନୈତିକ ମହଲକୁ ହଟଚମଟ କରିଛି।