ଓଡିଶା

odisha

By

Published : Sep 6, 2019, 8:26 PM IST

ETV Bharat / state

ପୋଲିସ ପାଟ୍ରୋଲିଂ ଗାଡିକୁ ସଂଘବଦ୍ଧ ଆକ୍ରମଣ, ପୋଲିସ ହାତ ଖାଲି

ଆଳି ଥାନାର ପାଟ୍ରୋଲିଂ ଗାଡିକୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି । ଘଟଣାକୁ ୨୪ଘଣ୍ଟା ପୁରିବାକୁ ବସିଥିଲେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କୁ ଧରିବାରେ ସଫଳ ହୋଇନାହିଁ।

ଡିଜାଇନ ଫଟୋ

କେନ୍ଦ୍ରାପଡା: ଆଳି ଥାନାର ପାଟ୍ରୋଲିଂ ଗାଡିକୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି । ଘଟଣାକୁ ୨୪ଘଣ୍ଟା ପୁରିବାକୁ ବସିଥିଲେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କୁ ଧରିବାରେ ସଫଳ ହୋଇନାହିଁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଗୌଡପାଟଣା ଗାଁ ନିକଟରେ ଗୁରୁବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ ଗାଡି ଉପରକୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା। ଫଳରେ ପୋଲିସ ଗାଡିର କାଚ ଭାଙ୍ଗି ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଗାଡିରେ ଥିବା ୪ ଜଣ ଆହତ ପୋଲିସ କର୍ମଚାରୀଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ପଠାଯାଇଥିଲା ।

ଗୁରୁବାର ସକାଳେ ପୋଲିସ ଗୌଡପାଟଣା ଗାଁରେ ପୂଜା ହେଉଥିବା ଗଣେଶଙ୍କ ମେଢ ନିକଟରୁ ଏକ ମାଇକ୍ ସେଟ୍ ଉଠାଇ ଆଣିଥିଲା । ବିନା ପ୍ରଶାସନିକ ଅନୁମତିରେ ମାଇକ ବଜାଇବା ଅଭିଯୋଗ କରିଥିଲା ପୋଲିସ। ସମ୍ଭବତଃ ଏହି ମାଇକ ଜବତ ଘଟଣାକୁ କେନ୍ଦ୍ରକରି ପୋଲିସ ଉପରେ ଆକ୍ରମଣ ହୋଇଥାଇପାରେ ବୋଲି କୁହାଯାଉଛି । ଘଟଣାସ୍ଥଳରେ ଉତ୍ତେଜନା ଥିବା ଅନୁଭବ କରି ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଫେରି ଆସିଥିବାବେଳେ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details