ଓଡିଶା

odisha

ETV Bharat / state

ପେଗରପଡା ପଞ୍ଚାୟତ ପ୍ରତିନିଧି ଭିକ୍ଷା ମାଗିବା ଘଟଣା, ଏମିତି କହିଲେ ମନ୍ତ୍ରୀ

ପେଗରପଡା ପଞ୍ଚାୟତ ପ୍ରତିନିଧି ଭିକ୍ଷା ମାଗିବା ଘଟଣା । ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରତାପ ଦେବ । ଅଧିକ ପଢନ୍ତୁ

ପେଗରପଡା ପଞ୍ଚାୟତ ପ୍ରତିନିଧି ଭିକ୍ଷା ମାଗିବା ଘଟଣା, ଏମିତି କହିଲେ ମନ୍ତ୍ରୀ
ପେଗରପଡା ପଞ୍ଚାୟତ ପ୍ରତିନିଧି ଭିକ୍ଷା ମାଗିବା ଘଟଣା, ଏମିତି କହିଲେ ମନ୍ତ୍ରୀ

By

Published : Sep 9, 2022, 2:22 PM IST

କେନ୍ଦ୍ରାପଡା: ପେଗରପଡା ପଞ୍ଚାୟତ ପ୍ରତିନିଧି ଭିକ୍ଷା ମାଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ସରକାରଙ୍କ ହେଭିୱେଟ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଦେବ(Minister Pratap Dev) । ମନ୍ତ୍ରୀ କହିଛନ୍ତି ଯେ, ''ସରପଞ୍ଚଙ୍କ ତ୍ରୁଟି ରହିଛି । ବିନା ଗ୍ରାମସଭାରେ ସେମାନେ ପ୍ରକଳ୍ପ ଦେଇଥିବା କାରଣରୁ କାମ ହୋଇ ପାରୁନାହିଁ । ସେମାନେ ପ୍ରଥମେ ନିଜ ଠିକ୍ ହୁଅନ୍ତୁ । ତା' ପରେ ଗଣମାଧ୍ୟମ ଅଙ୍ଗୁଳି ନିର୍ଦ୍ଦେଶ କରିବେ ।'' ଅନ୍ୟପଟେ ଦୀର୍ଘ ୭ ମାସ ହେବ ପଞ୍ଚାୟତ ପ୍ରତିନିଧିମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଗୋଟିଏ ମଧ୍ୟ ଗ୍ରାମସଭା କରାଇ ନଦେବା ପଛରେ ଶାସକ ଦଳର କିଛି ସମର୍ଥକଙ୍କ ହାତ ରହିଥିବା ଅଭିଯୋଗ ହୋଇଥିଲା ।

ପେଗରପଡା ପଞ୍ଚାୟତ ପ୍ରତିନିଧି ଭିକ୍ଷା ମାଗିବା ଘଟଣା, ମନ୍ତ୍ରୀ କହିଲେ ଶସ୍ତା ଲୋକପ୍ରିୟତା ପାଇଁ ଚାଲିଛି ପ୍ରୟାସ

ଏହାସହିତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ରାଜକନିକା ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତେ ନୀରବ ସମର୍ଥନ ଦେଉଥିବା ଅଭିଯୋଗ କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ରାଜକନିକା ବ୍ଲକ ପେଗରପଡା ପଞ୍ଚାୟତର ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ମଲିକ ଓ ସମିତିସଭ୍ୟ ପ୍ରବେଶନ ମଲିକ ନିର୍ବାଚନ ପୂର୍ବରୁ ସର୍ପାବାଦ ଦାଣ୍ଡି (ୱାର୍ଡ ୧ ଓ ୫)ରେ ଜଳ ନିଷ୍କାସନ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ବିଜୟୀ ହୋଇଥିଲେ । ହେଲେ ନିର୍ବାଚନରେ ବିଜୟୀ ହୋଇ ପଞ୍ଚାୟତର ପ୍ରତିନିଧି ହୋଇଥିଲେ ମଧ୍ୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନ୍ତର୍ଗତ କୌଣସି ଅଧିକାରୀ ଉଭୟ ସରପଞ୍ଚ ଓ ସମିତିସଭ୍ୟଙ୍କୁ ସହଯୋଗ କରିନଥିଲେ ।

ଏହାମଧ୍ୟ ପଢନ୍ତୁ:ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବାବୁଙ୍କ ଦାଦାଗିରି ! ବିକାଶ କାମ ପାଇଁ ଭିକ୍ଷା ମାଗିଲେ ସରପଞ୍ଚ ଓ ସମିତିସଭ୍ୟ

ସର୍ପାବାଦ ଦାଣ୍ଡି ଗାଁ ରାସ୍ତାରେ ଦୀର୍ଘଦିନ ଧରି ବର୍ଷା ପାଣି ଜମି ରହୁଥିଲା । ରାସ୍ତାରେ ପାଣି ଜମିବା ଯୋଗୁଁ ୧୫୦୦ରୁ ଅଧିକ ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି । ଜ୍ବର, ଝାଡା, ବାନ୍ତି ଭଳି ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହୁଛି । ଏହାକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଏନେଇ ଗୁହାରି କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ ।

ଶେଷରେ ବାଧ୍ୟ ହୋଇ ଏହି ଦୁଇ ଯୁବ ପ୍ରତିନିଧି ଭିକ୍ଷାରେ ଅର୍ଥ ସଂଗ୍ରହ ଓ ନିଜ ପାଉଣା ଟଙ୍କାକୁ ମିଶାଇ ସର୍ପାବାଦ ଦାଣ୍ଡିରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଛନ୍ତି । ଶିଳ୍ପ ଓ ଶକ୍ତିମନ୍ତ୍ରୀ ଏହାକୁ ଲୋକ ଦେଖାଣିଆ ଓ ସେମାନେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଧରି ଗ୍ରାମସଭା କରି ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରିବା କଥା ଆଇନ ସଙ୍ଗତ ନୁହେଁ ବୋଲି କହିଛନ୍ତି ।

ଅନ୍ୟପଟେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଉଭୟ ଜନ ପ୍ରତିନିଧିଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢୁଥିବାବେଳେ, ଖୋଦ ଶିଳ୍ପ ଓ ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଜନ ପ୍ରତିନିଧିଙ୍କୁ ହଇରାଣ କରିବା ଘଟଣା ସାଧାରଣ ଲୋକଙ୍କ ଶାସକ ଦଳ ପ୍ରତି ବିଶ୍ଵାସ ହରାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details