ଓଡିଶା

odisha

By

Published : May 8, 2021, 7:18 AM IST

ETV Bharat / state

କେନ୍ଦ୍ରାପଡାରେ ସ୍ଥାପନ ହେବ ମାତୃ ଶିଶୁ ମେଡିକାଲ, ସମୀକ୍ଷା କଲେ ପୂର୍ତ୍ତ ଅଧିକାରୀ

ମାତୃ ଶିଶୁ ମେଡିକାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ବିଭାଗ ଅଧିକାରୀ । ତିନିମାସ ମଧ୍ୟରେ ବିଲ୍ଡିଂର କାର୍ଯ୍ୟ ଶେଷ କରିବା ନେଇ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଜିଲ୍ଲାରେ ସ୍ଥାପନ ହେବ ମାତୃ ଶିଶୁ ମେଡିକାଲ, ସମୀକ୍ଷା କଲେ ପୂର୍ତ୍ତ ଅଧିକାରୀ
ଜିଲ୍ଲାରେ ସ୍ଥାପନ ହେବ ମାତୃ ଶିଶୁ ମେଡିକାଲ, ସମୀକ୍ଷା କଲେ ପୂର୍ତ୍ତ ଅଧିକାରୀ

କେନ୍ଦ୍ରାପଡ଼ା:ଇଚ୍ଛାପୁର ଶ୍ୟାମଗୁଡ଼ିଆ ଠାରେ ନିର୍ମାଣଧୀନ ନୂତନ ଜିଲ୍ଲା ଚିକିତ୍ସାଳୟ ଓ ଶହେ ଶଯ୍ୟା ବିଶିଷ୍ଟ ମାତୃ ଶିଶୁ ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ।

ଜିଲ୍ଲାରେ ସ୍ଥାପନ ହେବ ମାତୃ ଶିଶୁ ମେଡିକାଲ, ସମୀକ୍ଷା କଲେ ପୂର୍ତ୍ତ ଅଧିକାରୀ

ଏହାର ମୁଖ୍ୟ ୩ଟି ବିଲ୍ଡିଂ ଅଂଶ ଆସନ୍ତା ଜୁନରୁ ଅକ୍ଟୋବର ମାସ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବାର ସମ୍ଭାବନା ଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଭାଗ ।

ଜିଲ୍ଲାରେ ସ୍ଥାପନ ହେବ ମାତୃ ଶିଶୁ ମେଡିକାଲ, ସମୀକ୍ଷା କଲେ ପୂର୍ତ୍ତ ଅଧିକାରୀ

ଏଥିସହ ପାର୍କିଂ, ଜରୁରୀକାଳୀନ ଆବଶ୍ୟକତା, ମୁଖ୍ୟ ଡାକ୍ତରଖାନା କୋଠା ଗୁଡିକର ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଆବଶ୍ୟକୀୟ ଅତିରିକ୍ତ ସ୍ଥାନ(ଜାଗା) ମଧ୍ୟ ଚିହ୍ନଟ ହୋଇଥିବା ନେଇ ବିଭାଗ ସୂଚନା ଦେଇଛି ।

ଜିଲ୍ଲାରେ ସ୍ଥାପନ ହେବ ମାତୃ ଶିଶୁ ମେଡିକାଲ, ସମୀକ୍ଷା କଲେ ପୂର୍ତ୍ତ ଅଧିକାରୀ

ତେବେ ଗତ ଜାନୁଆରୀ 17 ତାରିଖରେ ପୂର୍ତ୍ତ ସଚିବ ଡଃ କ୍ରିଷନ୍ କୁମାର ଏହି ନିର୍ମାଣାଧୀନ କାର୍ଯ୍ୟର ସମୀକ୍ଷା କରିବା ପାଇଁ କେନ୍ଦ୍ରାପଡ଼ା ଆସିଥିବା ବେଳେ ନିର୍ମାଣ ଠିକା ନେଇଥିବା ସଂସ୍ଥାକୁ ତିନିମାସ ମଧ୍ୟରେ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜୁନରୁ ଅକ୍ଟୋବର ମାସ ଯାଏଁ ସମୟ ନେବା ଅର୍ଥାତ ପଦ୍ମ ଘୁଂଚି ଘୁଂଚି ଯାଉଛି ବୋଲି କହିଛନ୍ତି ବୁଦ୍ଧିଜୀବୀ । ଗୋଟିଏ କ୍ୟାମ୍ପସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମାତୃଶିଶୁ ଚିକିତ୍ସାକେନ୍ଦ୍ର ଓ ସଂକ୍ରମଣ ବିଭାଗ ରହିଥିବା ନେଇ ପୂର୍ବରୁ ସୂଚନା ଦେଇଛି ବିଭାଗ ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details