ଓଡିଶା

odisha

ETV Bharat / state

11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ଖୁଣ୍ଟରେ ଚଢାି ମରାମତି କରୁଥିବା ସମୟରେ 11 କେଭି ତାର ସଂସ୍ପର୍ଶରେ ଆସି ଯୁବକ ମୃତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 23, 2019, 10:24 PM IST

କେନ୍ଦ୍ରାପଡା: 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ। ଯୁବକ ଜଣଙ୍କ ହେଲେ ବେଲସରପୁର ଗାଁର କାଳନ୍ଦୀ ଚରଣ ସିଂ । ସେ ଆଳି ଥାନା ଅନ୍ତର୍ଗତ ସାନଆଙ୍କୁଆ ଗାଁରେ ଖୁଣ୍ଟରେ ଚଢି ଇଲେଭେନ କେଭି ବିଦ୍ୟୁତ ମରାମତି କାର୍ଯ୍ୟ କରୁଥିବା ବେଳେ ହଠାତ ବିଦ୍ୟୁତ ଆସିଯିବାରୁ ଆଘାତରେ ସେ ଖୁଣ୍ଟରୁ ତଳେ ପଡିଯାଇଥିଲେ ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏନେଇ ଜିଲ୍ଲାପାଳଙ୍କୁ ସଙ୍ଗେସଙ୍ଗେ ସୂଚନା ଦିଆଯିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାସ୍ଥଳକୁ ଆଳି ଅତିରିକ୍ତ ତହସିଲଦାରଙ୍କୁ ପଠାଇ ଘଟଣାର ଅନୁଧ୍ୟାନ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ସହିତ ଏହି ଘଟଣାରେ ତଦନ୍ତ କରାଯାଇ ଭୁଲ ଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବା ପାଇଁ ସୂଚନା ଦେଇଛନ୍ତି ଜିଲ୍ଲାପାଳ।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details