ଓଡିଶା

odisha

By

Published : May 10, 2022, 12:31 PM IST

ETV Bharat / state

ଶିବମନ୍ଦିର ପାଲଟିଲା ଡିଲରଙ୍କ ଗୋଦାମ ଗୃହ

ରାସନ ହିତାଧିକାରୀଙ୍କ ପାଇଁ ଆସିଥିବା ଚାଉଳ ଓ ଗହମ ଏବେ ଥାକ ମରା ହୋଇରହିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ବଡ଼ଆଙ୍କୋ ଗ୍ରାମରେ ଥିବା ଶିବ ମନ୍ଦିର ପରିସରରେ । ଅଧିକ ପଢନ୍ତୁ

ଶିବାଳୟ ପାଲଟିଛି ଡିଲରଙ୍କ ଗୋଦାମ ଗୃହ
ଶିବାଳୟ ପାଲଟିଛି ଡିଲରଙ୍କ ଗୋଦାମ ଗୃହ

କେନ୍ଦ୍ରାପଡା:ମନ୍ଦିର ପାଲଟିଛି ଗୋଦାମ ଘର । ଦୁଇପାଖ ଯାକ ଲୋଡ ହୋଇଛି ବସ୍ତା ବସ୍ତା ଚାଉଳ ଗହମ ବସ୍ତା । ରାସନ ହିତାଧିକାରୀଙ୍କ ନିମନ୍ତେ ଆସିଥିବା ଚାଉଳ ଓ ଗହମ ଏବେ ଥାକ ମରା ହୋଇ ରହିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ବଡ଼ଆଙ୍କୋ ଗ୍ରାମରେ ଥିବା ଶିବ ମନ୍ଦିର ପରିସରରେ । ଗ୍ରାମର ରାସନ ଡିଲର ସଚ୍ଚିଦାନନ୍ଦ ଦାସ, ହିତାଧିକାରୀଙ୍କ ପାଇଁ ଆସିଥିବା ଚାଉଳ ଓ ଗହମ ଗ୍ରାମର ଶିବ ମନ୍ଦିରରେ ରଖିଥିବାରୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ପୂଜାର୍ଚ୍ଚନା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଶିବାଳୟ ପାଲଟିଛି ଡିଲରଙ୍କ ଗୋଦାମ ଗୃହ

ଏନେଇ ଗ୍ରାମବାସୀ ଡିଲରଙ୍କୁ ଚାଉଳ ଉଠାଇବାକୁ କହୁଥିବା ବେଳେ ଡିଲର ଚାଉଳ ରଖିବାକୁ ଜାଗା ନାହିଁ । ଯୋଗାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କ ପାଇଁ ଏକାଥରକେ 3 ମାସର ଚାଉଳ ଆସିଥିବାରୁ ମନ୍ଦିରରେ ରଖିଥିବା କହିଛନ୍ତି । କେବେ ଡିଲର ମନ୍ଦିର ପରିସରରୁ ଚାଉଳ, ଗହମ ଉଠାଇ ଭକ୍ତମାନଙ୍କୁ ପୂଜାର୍ଚ୍ଚନା କରିବାର ସୁଯୋଗ ଦେଉଛନ୍ତି ତାହା ଦେଖିବା ବାକି ରହିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details