ଓଡିଶା

odisha

By

Published : Aug 29, 2020, 7:37 PM IST

ETV Bharat / state

କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ସମୀକ୍ଷା କଲେ ଶିଳ୍ପ ସଚିବ

କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ଜିଲ୍ଲାରେ ୫୪ଟି ପଞ୍ଚାୟତରେ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଥିବା କହିଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ସମୀକ୍ଷା କଲେ ଶିଳ୍ପ ସଚିବ
କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ସମୀକ୍ଷା କଲେ ଶିଳ୍ପ ସଚିବ

କେନ୍ଦ୍ରାପଡା: ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା l ମହାନଦୀର ବନ୍ୟାପାଣି ନିଷ୍କାସନ ପରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିଛି । ଜିଲ୍ଲାରୁ 1 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ସମୀକ୍ଷା କଲେ ଶିଳ୍ପ ସଚିବ

ଶନିବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି l ବନ୍ୟା ସମୟରେ ରିଲିଫ୍ ସାମଗ୍ରୀ ବଣ୍ଟନ, ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା, ବିପନ୍ନଙ୍କ ପାଖରେ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ପହଞ୍ଚାଇବା ଉପରେ ସଚିବ ଗୁରୁତ୍ଵ ଦେଇଛନ୍ତି l ଜିଲ୍ଲାରେ ୫୪ ଟି ପଞ୍ଚାୟତରେ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଥିବା ସଚିବ କହିଛନ୍ତି । ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ଲୋକଙ୍କୁ ସହାୟତା କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି ସଚିବ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details