ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ା ପୋଲିସର ମହନୀୟତା, ଅସହାୟଙ୍କୁ ବାଣ୍ଟିଲା ଚୁଡାଗୁଡ - kendrapara police distribute ration

ସଦରଥାନା ଅନ୍ତର୍ଗତ ମାଗୁରଗଣ୍ଡପାଟଣା ଗାଁରେ ମୁଣ୍ଡା ବସ୍ତିରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ କାମ ଧନ୍ଦା ନପାଇ ଭୋକ ଉପାସରେ ରହୁଥିବା ଖବର ପାଇ ଶନିବାର ସଦର ଆଇଆଇସି ପ୍ରମୋଦ ମଲ୍ଲିକଙ୍କ ସମେତ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଏସପି ଓ ଅନ୍ୟମାନେ ପହଞ୍ଚି ଗାଁ ଲୋକମାନଙ୍କୁ ସଚେତନ କରାଇବା ସହ ଚାଉଳ, ଡାଲି, ଚୁଡା, ଗୁଡ଼ ଇତ୍ୟାଦି ବାଣ୍ଟିଛନ୍ତି ।

kendrapara-police-distribute-ration-in-lockdown-period
କେନ୍ଦ୍ରାପଡ଼ା ପୋଲିସର ମହନୀୟତା, ଲକଡାଉନ ସମୟରେ ପହଞ୍ଚୁଛନ୍ତି ଅସହାୟଙ୍କ ପାଖରେ

By

Published : Apr 18, 2020, 1:24 PM IST

କେନ୍ଦ୍ରାପଡ଼ା: ପୋଲିସ କେବଳ ଆଇନ ଶୃଙ୍ଖଳା ପରିସ୍ଥିତିରେ କଠୋର ନୁହେଁ । ପୋଲିସର ମଧ୍ୟ ହୃଦୟ ଅଛି । ଆଉ ଏଭଳି ପ୍ରମାଣ ଦେଇଛି କେନ୍ଦ୍ରାପଡ଼ା ପୋଲିସ । ସଦରଥାନା ଅନ୍ତର୍ଗତ ମାଗୁରଗଣ୍ଡପାଟଣା ଗାଁରେ ମୁଣ୍ଡା ବସ୍ତିରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ କାମ ଧନ୍ଦା ନପାଇ ଭୋକ ଉପାସରେ ରହୁଥିବା ଖବର ପାଇ ଶନିବାର ସଦର ଆଇଆଇସି ପ୍ରମୋଦ ମଲ୍ଲିକଙ୍କ ସମେତ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଏସପି ଓ ଅନ୍ୟମାନେ ପହଞ୍ଚି ଗାଁ ଲୋକମାନଙ୍କୁ ସଚେତନ କରାଇବା ସହ ଚାଉଳ, ଡାଲି, ଚୁଡା, ଗୁଡ଼ ଇତ୍ୟାଦି ବାଣ୍ଟିଛନ୍ତି ।

କେନ୍ଦ୍ରାପଡ଼ା ପୋଲିସର ମହନୀୟତା, ଲକଡାଉନ ସମୟରେ ପହଞ୍ଚୁଛନ୍ତି ଅସହାୟଙ୍କ ପାଖରେ

ସେହିପରି ଗାଁ ଲୋକେ କାମ ଧନ୍ଦା ନପାଇ ରହୁଥିଲେ ମଧ୍ୟ ନିଜନିଜ ମଧ୍ୟରେ ସଚେତନତା ସୃଷ୍ଟି କରି ଏମାନେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଅସମୟରେ ପୋଲିସର ଏଭଳି ସହାୟତା ପାଇଁ ଜନସାଧାରଣ ଭୂୟସୀ ପ୍ରଶଂସା କରୁଥିବା ବେଳେ ପୋଲିସର ମଧ୍ୟ ଗୋଟିଏ ସରଳ ହୃଦୟ ରହିଛି ବୋଲି ପ୍ରଚାରିତ ହେଉଛି । କାମଧନ୍ଦା ନପାଇ ଓ ସରକାରୀ ଭାବେ ମିଳିଥିବା ରାସନ ଓ ଟଙ୍କା ଶେଷ ହୋଇଯିବାରୁ ଚିନ୍ତାରେ ଗ୍ରାମବାସୀ ।

ପରିବାର ବଡ଼ ହୋଇଥିବାରୁ ଖାଇବା ଯାହା ମିଳୁଛି ତାହା ଯଥେଷ୍ଟ ହୋଇନଥିବାରୁ ମୁଣ୍ଡ ଉପରେ ଚଡକ ପଡୁଛି ଏଠାକାର ଅଧିବାସୀମାନଙ୍କର । ଖାଦ୍ୟ ପାଇଁ ଦୈନିକ ମଜୁରୀ ଉପରେ ନିର୍ଭର କରୁଥିବା ଏଠିକାର ଶ୍ରମିକ ଶ୍ରେଣୀୟ ଲୋକେ ଲକଡାଉନ ପାଇଁ ଖାଇବାକୁ ନପାଇ ଦୁଃଖରେ କାଳାତିପାତ କରୁଥିବା ବେଳେ ଏଭଳି ସମୟରେ ପୋଲିସର ସହାୟତା ଏମାନଙ୍କ ପାଇଁ ଈଶ୍ବରଙ୍କ ଆଶୀର୍ବାଦ ସାଜିଛି । ଗତକାଲି (ଶୁକ୍ରବାର) ଡିଜିପି ପୋଲିସ ବାହିନୀକୁ ଜନସାଧାରଣମାନଙ୍କୁ ସାହାଯ୍ୟ ସହଯୋଗ ଆହ୍ବାନ ଦେବାପରେ ଆଜିର ଏହି ଚିତ୍ର ପୋଲିସମାନଙ୍କ ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ବଢ଼ାଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details