କେନ୍ଦ୍ରାପଡା: ମାଡି ଆସୁଛି ସାମୁଦ୍ରିକ ଝଡ ବାତ୍ୟା 'ଫନି', ଏହାର ମୁକାବିଲା କରିବା ପାଇଁ ଏବେ ପ୍ରଶାସନ ସବୁ ଶକ୍ତି ଲଗାଇଦେଇଛି । ରାଜ୍ୟବାସୀ 'ଫନି' କୁ ନେଇ କିଛି ମାତ୍ରାରେ ଭୟଭୀତ ହୋଇଥିଲେ ମଧ୍ୟ ପୂର୍ବ ଅଭିଜ୍ଞତା ଓ ସରକାରଙ୍କ ସଫଳ ବାତ୍ୟା ପରିଚାଳନା ପାଇଁ ଏବେ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତ । ଆଇଏମଡି ରିପୋର୍ଟ ଅନୁସାରେ ଆସନ୍ତା 3ରେ ସ୍ଥଳଭାଗ ଛୁଇଁବ 'ଫନି' ।
ସାମୁଦ୍ରିକ ଝଡ 'ଫନି' ଏବେ ସିଭିୟର ସାଇକ୍ଲୋନରେ ପରିଣତ ହୋଇ ଓଡିଶା ମୁହାଁ । ଆସନ୍ତା 3ରେ ସ୍ଥଳଭାଗ ଛୁଇଁବ ଫନି,ବାତ୍ୟା 'ଫନି'କୁ ନେଇ ଏବେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକର ସମୁଦ୍ର କୂଳିଆ ଗ୍ରାମବାସୀ ଭୟଭିତ । ବିଶେଷ କରି ଏହି ଅଞ୍ଚଳରେ ଥିବା ମତ୍ସ୍ୟଜୀବୀ ମାନେ ଏବେ ଚିନ୍ତାରେ । କାରଣ ସମୁଦ୍ର ଅଶାନ୍ତ ଥିବାରୁ ମାଛ ମାରିବାକୁ ବାରଣ କରିଛି ପ୍ରଶାସନ ।