ଓଡିଶା

odisha

ETV Bharat / state

ହରି-ହର ଭେଟର ଅନନ୍ୟ ପରମ୍ପରା ଓଳକଣା ମେଳଣ - ହରିହର ଭେଟ

ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ସୁପ୍ରସିଦ୍ଧ ଦୋଳମେଳଣ ଯାତ୍ରାଠାରୁ ଓଳକଣା ମେଲଣ ବେଶ୍ ନିଆରା । ଏହାର ବିଶେଷତ୍ବ ହେଉଛି ସ୍ବାଭାବିକ୍ ଭାବରେ ମେଲଣ ଯାତ୍ରାରେ ଆସୁଥିବା ଠାକୁର ବାଡ଼ି ଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ପରମ୍ପରା ଥାଏ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Mar 21, 2019, 11:25 PM IST

କେନ୍ଦ୍ରାପଡା: ଓଡିଶାରେ ବାରମାସରେ ତେର ପର୍ବ । ସେଥିରୁ ଦୋଳ ପର୍ବ ଅନ୍ୟତମ । ଦୋଳ ପର୍ବରେ ଡେରାବିଶ୍ ଓ ମାହାଙ୍ଗାରେ ହେଉଥିବା ଓଳକଣା ମେଲଣ ଓଡିଶା ପ୍ରସିଦ୍ଧ । କାହିଁ କେଉଁ କାଳରୁ ଏଠାରେ ମେଳଣ ଯାତ୍ରା ହୋଇଆସୁଛି । ହରି ହରି ଭେଟ ଦେଖିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ସୁପ୍ରସିଦ୍ଧ ଦୋଳମେଳଣ ଯାତ୍ରାଠାରୁ ଓଳକଣା ମେଲଣ ବେଶ୍ ନିଆରା । ଏହାର ବିଶେଷତ୍ବ ହେଉଛି ସ୍ବାଭାବିକ୍ ଭାବରେ ମେଲଣ ଯାତ୍ରାରେ ଆସୁଥିବା ଠାକୁର ବାଡ଼ି ଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ପରମ୍ପରା ଥାଏ । କିନ୍ତୁ ଓଳକଣା ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ ଦୁଇଶହରୁ ଅଧିକ ବିମାନଙ୍କୁ ଆମନ୍ତ୍ରଣ କରାଯାଇ ନଥାଏ । ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରମାନେ ଆପଣାଛାଏଁ ଆସିଥାନ୍ତି । ଠାକୁରଙ୍କୁ ମଧ୍ୟ ବିଦାକି ଦିଆଯାଇ ନ ଥାଏ । ଥାଟବାଟ, ରଙ୍ଗରୋଷଣୀର ଭିଡ଼ରେ ମହାଆଡ଼ମ୍ବରରେ ଆସୁଥିବା ବିମାନଗୁଡ଼ିକୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଯାଇଥାଏ ।

ଏହି ମେଲଣକୁ ଭଦ୍ରେଶ୍ବରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ବରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଲଣକୁ ଆସିଥାନ୍ତି । ମାହାଙ୍ଗାର ଭଦ୍ରେଶ୍ବର ଗ୍ରାମରୁ ଆସୁଥିବା ଶ୍ରୀ ବୀରଭଦ୍ରେଶ୍ବର ବିମାନ ଓଳକଣା ମେଲଣର ଅନ୍ୟତମ ଆକର୍ଷଣ ।

କିମ୍ବଦନ୍ତୀ ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନ ଉପରେ କ୍ଷୁବ୍ଧ ହୋଇ ଭୋକରେ ଫେରୁଥିବାବେଳେ ଭକ୍ତ ବିଦୁର ଘରକୁ ଯାଇଥିଲେ । ସେଠାରେ ଶାଗଭଜା ଖାଇ ତୃପ୍ତ ହୋଇଥିଲେ ଶ୍ରୀକୃଷ୍ଣ । ତେଣୁ ବର୍ଷକେ ଥରେ ହରିହର ଭେଟ ହେବ ବୋଲି ବରଦାନ ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ । ତେଣୁ ଏଠାରେ କାହିଁ କେତେ କାଳରୁ ହରିହରଙ୍କ ଭେଟ ହୋଇଆସୁଛି ।

ଚଳିତବର୍ଷ ମେଲଣ ପାଇଁ ଉଭୟ କେନ୍ଦ୍ରାପଡ଼ା ଡେରାବିଶ୍ ପୋଲିସ ଓ କଟକର ମାହାଙ୍ଗା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details