ଓଡିଶା

odisha

ETV Bharat / state

୧୧ ଦିନ ପରେ କାବୁ ହେଲା ଜଙ୍ଗଲୀ ହାତୀ

ଦିର୍ଘ ୧୧ଦିନର କସରତ ପରେ କେନ୍ଦ୍ରାପଡା ଜିଲ୍ଲାରେ ଆତଙ୍କ ଖେଳାଇବା ଜଙ୍ଗଲୀ ହାତୀକୁ କାବୁ କଲା ବନ ବିଭାଗ । ଅଧିକ ପଢନ୍ତୁ...

By

Published : Nov 2, 2021, 9:03 AM IST

ଟ୍ରାଙ୍କୁଲାଇଜରରେ ଜଙ୍ଗଲୀ ହାତୀକୁ କାବୁ କଲା ବନବିଭାଗ
ଟ୍ରାଙ୍କୁଲାଇଜରରେ ଜଙ୍ଗଲୀ ହାତୀକୁ କାବୁ କଲା ବନବିଭାଗ

କେନ୍ଦ୍ରାପଡା:ଜିଲ୍ଲାରେ ହାତୀ ଆତଙ୍କ । ଜିଲ୍ଲାକୁ ଏକ ଜଙ୍ଗଲୀ ହାତୀ ପଶିଆସିଥିବା ଦିର୍ଘ ୧୧ଦିନର କସରତ ପରେ ଗତକାଲି ଟ୍ରାଙ୍କୁଲାଇଜକରି ହାତୀଟିକୁ କାବୁ କରିଛି କେନ୍ଦ୍ରାପଡା ବନ ବିଭାଗ । ଜିଲ୍ଲାର ଅନେକ ଚାଷ ଜମିରେ କ୍ଷୟକ୍ଷତି ଘଟାଇଥିବା ହାତୀଟିକୁ କାବୁ କରିବା ପାଇଁ ବନ ବିଭାଗ ଅଧିକାରୀ କେନ୍ଦ୍ରାପଡା, ଜଗତସିଂହପୁର ଓ କଟକ ଜିଲ୍ଲାରେ ଉଦ୍ୟମ କରିଥିଲେ । ଶେଷରେ ଜିଲ୍ଲାର ଗଡରୋମିତ ଗ୍ରାମର ଜାଷଜମିରେ କାବୁ କରିଥିଲେ ।

ଟ୍ରାଙ୍କୁଲାଇଜରରେ ଜଙ୍ଗଲୀ ହାତୀକୁ କାବୁ କଲା ବନବିଭାଗ

କଟକ ଡିଏଫଓଙ୍କ ସହିତ ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର ବନ ବିଭାଗର ଅଧିକାରୀଙ୍କ ସହିତ ଚନ୍ଦକା ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଓ ଟ୍ରାଙ୍କୁଲାଇଜର ସଦସ୍ୟଙ୍କ ସହିତ କର୍ମଚାରୀ ମାନଙ୍କ ଉଦ୍ୟମରେ ହାତୀ ରେସ୍କୁ ଅପରେସନ ଶେଷ ହୋଇଛି । ଟ୍ରାଙ୍କୁଲାଇଜ କରାଯିବା ପରେ ହାତୀଟିକୁ କ୍ରେନ୍ ସାହାଯ୍ୟରେ ଏକ ହାଇୱାରେ ଜିଲ୍ଲା ବନବିଭାଗ ନେଇଥିବା ସୂଚନା ମିଳିଛି । ଉପକୂଳ କେନ୍ଦ୍ରାପଡା ଜିଲ୍ଲାରେ ଜଙ୍ଗଲି ହାତୀ ପ୍ରଥମକରି ପଶି ଆସିଥିବାରୁ ରେସ୍କୁ ଅପରେସନ ଦେଖିବାପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details