ଓଡିଶା

odisha

ETV Bharat / state

ବହୁଚର୍ଚ୍ଚିତ କେନ୍ଦ୍ରାପଡା ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ବହୁଚର୍ଚ୍ଚିତ କେନ୍ଦ୍ରାପଡା ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ଶୁଣାଇଲେ ମାନ୍ୟବର ଜିଲ୍ଲା ଦୌରାଜଜ । ଅଧିକ ପଢନ୍ତୁ

By

Published : Mar 16, 2022, 8:42 PM IST

ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଜୋରିମାନା
ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଜୋରିମାନା

କେନ୍ଦ୍ରାପଡ଼ା:ବହୁଚର୍ଚ୍ଚିତ ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ଶୁଣାଇଲେ ମାନ୍ୟବର ଜିଲ୍ଲା ଦୌରାଜଜ୍ । ସୂଚନାନୁଯାୟୀ, ୨୦୧୪ ମସିହାରେ ନିକିରାଇ ଥାନା ପଳାସିଂଘା ଗାଁର ଜନୈକା ମହିଳା ରାତିରେ ଶୌଚ ହେବା ପାଇ ବାହାରକୁ ଆସିଥିଲେ। ସେହି ସମୟରେ ଅଭିଯୁକ୍ତ ରଙ୍ଗାଧର ବିଶ୍ୱାଳ ମହିଳା ଜଣଙ୍କୁ ମାଡିବସି ଅସଦାଚରଣ କରିଥିଲେ । ତେବେ ମହିଳା ଜଣକ ଚିତ୍କାର କରିବାରୁ ମହିଳାଙ୍କ ସ୍ୱାମୀ ଶ୍ରୀକାନ୍ତ ସ୍ୱାଇଁ ଦୌଡ଼ିଆସି ପତ୍ନୀଙ୍କୁ ବଞ୍ଚାଇବା ପାଇଁ ଆସିଥିଲେ। ଠିକ ସେହି ସମୟରେ ଅଭିଯୁକ୍ତ ରଙ୍ଗାଧର ଶ୍ରୀକାନ୍ତଙ୍କ ମୁଣ୍ଡକୁ ଏକ ଭୁଜାଲିରେ ବାରମ୍ବାର ଆକ୍ରମଣ କରିଥିଲା ।

ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଜୋରିମାନା

ଏହି ଆକ୍ରମଣରେ ଶ୍ରୀକାନ୍ତ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସେଠାରେ ମୃତ୍ୟୁ ହୋଇଥିଲା। ତେବେ ନିକିରାଇ ଥାନାରେ ମାମଲା ଦାଏର ହେବା ପରେ ମୋଟ ୧୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଥିଲା। ସାକ୍ଷୀକୁ ଆଧାର କରି ଆଜି ମାନ୍ୟବର ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ରଙ୍ଗାଧରକୁ ଦଫା ୩୦୨ରେ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡ ଆଦେଶ କରିଛନ୍ତି ।

ଦଫା ୩୨୪ରେ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୩ମାସ ଅଧିକ କାରାଦଣ୍ଡ । ଦଫା ୩୫୪ରେ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ୩ମାସ ଅଧିକ କାରାଦଣ୍ଡ । ଦଫା ୫୦୬ରେ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଅଧିକ ୩ମାସର କାରାଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଜଜ । ସରକାରଙ୍କ ପକ୍ଷରୁ ପିପି ଭାବେ ମାନସ କୁମାର ବେହେରା ଏହି ମାମଲା ପରିଚାଳନା କରୁଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details