ଓଡିଶା

odisha

ETV Bharat / state

ଚିନ୍ତା ବଢାଇଲେ ହୋମ କ୍ଵାରେଣ୍ଟାଇନ ଆକ୍ରାନ୍ତ, କଣ୍ଟେନମେଣ୍ଟ ଜୋନରେ 72 ଘର

କେନ୍ଦ୍ରାପଡା ପୌରାଞ୍ଚଳର ୧୦ ନଂ ୱାର୍ଡ ମାଧପୁର ଗାଁର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସୋମବାର ସନ୍ଧ୍ୟା 5ଟାରୁ 48 ଘଣ୍ଟା ପର୍ଯ୍ୟନ୍ତ ସେମାନେ ନିଜ ଘରୁ ପଦାକୁ ବାହାରି ପାରିବେ ନାହିଁ l ନିୟମିତ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ଥାନୀୟ ଅଞ୍ଚଳକୁ ସାନିଟାଇଜ କରାଯିବ ବୋଲି ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି l

ଚିନ୍ତା ବଢାଇଲା ହୋମ କ୍ଵାରେଣ୍ଟାଇନ ଆକ୍ରନ୍ତ, କଣ୍ଟେନମେଣ୍ଟ ଜୋନରେ 72 ଘର
ଚିନ୍ତା ବଢାଇଲା ହୋମ କ୍ଵାରେଣ୍ଟାଇନ ଆକ୍ରନ୍ତ, କଣ୍ଟେନମେଣ୍ଟ ଜୋନରେ 72 ଘରଚିନ୍ତା ବଢାଇଲା ହୋମ କ୍ଵାରେଣ୍ଟାଇନ ଆକ୍ରନ୍ତ, କଣ୍ଟେନମେଣ୍ଟ ଜୋନରେ 72 ଘର

By

Published : May 25, 2020, 7:52 PM IST

କେନ୍ଦ୍ରାପଡା: ଓଡିଶାରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ 103 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କେନ୍ଦ୍ରାପଡା ପୌରାଞ୍ଚଳର ୧୦ ନଂ ୱାର୍ଡ ମାଧପୁର ଗାଁର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏହି ଅଞ୍ଚଳରେ ହୋମ କ୍ଵାରେଣ୍ଟାଇନ ରହୁଥିବା ଜଣେ ବ୍ୟକ୍ତି ଯିଏକି ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ବିଭିନ୍ନ ସମୟରେ ବାହାରେ ବୁଲାବୁଲି କରିଥିବା ନେଇ ପ୍ରଶାସନର ଖବର ହସ୍ତଗତ ହୋଇଥିଲା ।

ଚିନ୍ତା ବଢାଇଲା ହୋମ କ୍ଵାରେଣ୍ଟାଇନ ଆକ୍ରନ୍ତ, କଣ୍ଟେନମେଣ୍ଟ ଜୋନରେ 72 ଘର

ଏନେଇ ଏହି ଅଞ୍ଚଳରେ ପ୍ରାୟ 72ଟି ପରିବାରର 280 ଜଣ କଣ୍ଟେନମେଣ୍ଟ ଜୋନ ଅଧୀନରେ ରହିଛନ୍ତି l ସୋମବାର ସନ୍ଧ୍ୟା 5ଟାରୁ 48 ଘଣ୍ଟା ପର୍ଯ୍ୟନ୍ତ ସେମାନେ ନିଜ ଘରୁ ପଦାକୁ ବାହାରି ପାରିବେ ନାହିଁ l ନିୟମିତ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ଥାନୀୟ ଅଞ୍ଚଳକୁ ସାନିଟାଇଜ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି l ଏନେଇ ମ୍ୟୁନିସିପାଲିଟି ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଜନସାଧାରଣଙ୍କୁ ଅବଗତ କରାଯାଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details