ଓଡିଶା

odisha

By

Published : Jan 24, 2022, 4:36 PM IST

ETV Bharat / state

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ, ନିଲମ୍ବିତ ହେଲେ କେନ୍ଦ୍ରପଡା BCJD ଉପ ସଭାପତି

ଦଳବିରୋଧୀ କାର୍ଯ୍ୟ ପାଇଁ ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପ ସଭାପତିଙ୍କୁ ନିଲମ୍ବିତ କଲେ କେନ୍ଦ୍ରାପଡ଼ା ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି । ଅଧିକ ପଢ଼ନ୍ତୁ

kendrapara BCJD Vice President suspended from party allegedly doing work against party
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ, ନିଲମ୍ବିତ ହେଲେ କେନ୍ଦ୍ରପଡ଼ା BCJD ଉପ ସଭାପତି

କେନ୍ଦ୍ରାପଡ଼ା: ଦଳବିରୋଧୀ କାର୍ଯ୍ୟ ପାଇଁ ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପ ସଭାପତିଙ୍କୁ ନିଲମ୍ବିତ କଲେ କେନ୍ଦ୍ରାପଡ଼ା ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି । କେନ୍ଦ୍ରାପଡ଼ା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ଶେଷ ହେବା ପରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜୁ ଛାତ୍ର ଜନତା ଦଳ । ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ପ୍ରଦୀପ ସାହୁ ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ, ନିଲମ୍ବିତ ହେଲେ କେନ୍ଦ୍ରପଡ଼ା BCJD ଉପ ସଭାପତି

ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ଭାବେ କାର୍ଯ୍ୟ କରୁଥିବା ରାଜନଗର ନିର୍ବାଚନ ମଣ୍ଡଳୀର ସତ୍ୟବ୍ରତ ପାଣି ଦଳୀୟ ନିୟମକୁ ଅବମାନନା କରୁଥିବା ଅଭିଯୋଗ ହୋଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହା କୌଣସି ରାଜନୈତିକ ଦଳ ସଦସ୍ୟଙ୍କ ପ୍ରଥମ ନିଲମ୍ବନ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details