କେନ୍ଦ୍ରାପଡ଼ା:ବାପ ଘରକୁ ଯାଇ ପତ୍ନୀ ନିଖୋଜ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଏକ ଘଟଣା ଚହଳ ସୃଷ୍ଟି ହୋଇଛି । ମହିଳା ନିଖୋଜ ନେଇ ଶାଶୁଘର ପକ୍ଷରୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଦିଲ୍ଲୀରୁ ଭିଡିଓ ଜାରି କରି ନ୍ୟାୟ ଭିକ୍ଷା କରିଛନ୍ତି ସ୍ୱାମୀ l
ସାବିତ୍ରୀ ପାଇଁ ବାପଘରକୁ ଯାଇ ସ୍ତ୍ରୀ ନିଖୋଜ ! ଭିଡିଓ ଜାରି କରି ନ୍ୟାୟ ମାଗିଲେ ସ୍ୱାମୀ - ବାପଘରକୁ ଯାଇ ସ୍ତ୍ରୀ ଫେରାର
ବାପ ଘରକୁ ଯାଇ ପତ୍ନୀ ନିଖୋଜ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଏକ ଘଟଣା ଚହଳ ସୃଷ୍ଟି ହୋଇଛି । ମହିଳା ନିଖୋଜ ନେଇ ଶାଶୁଘର ପକ୍ଷରୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଧିକ ପଢ଼ନ୍ତୁ
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାହାରାକୁଳ ଗ୍ରାମର ଦେବେନ୍ଦ୍ର ସୁତାରଙ୍କ ପତ୍ନୀ ବନ୍ଦନା ସୁତାର ସାବିତ୍ରୀ ବ୍ରତ ପୂର୍ବଦିନ ବାପ ଘରକୁ ଯାଇଥିଲେ । ବ୍ରତ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟେ ଫୋନ ଯୋଗେ କଥା ହୋଇଥିଲେ ଏବଂ ପରଦିନ ବନ୍ଦନା ନିଜ ଶାଶୁଘରକୁ ଫେରିଯିବେ ବୋଲି କହିଥିଲେ । କିନ୍ତୁ ସକାଳୁ ସେ ଘରେ ନଥିବା ନେଇ ଦେବେନ୍ଦ୍ରଙ୍କୁ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆ ଯାଇଥିଲା। ଏହି ଘଟଣା ନେଇ ଦେବେନ୍ଦ୍ରଙ୍କ ବାପା ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଫଳରେ ଦେବେନ୍ଦ୍ର ଏକ ଭିଡିଓ ଜାରି କରି ନ୍ୟାୟ ଭିକ୍ଷା କରିଛନ୍ତି।
ଇଟିଭି ଭାରତ, କେନ୍ଦ୍ରାପଡ଼ା