ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ, ପୁଣି ଗୁରୁ-ଶିଷ୍ୟ ସଂପର୍କରେ ଲାଗିଲା ଦାଗ

ପୁଣି ଗୁରୁ-ଶିଷ୍ୟ ସଂପର୍କରେ କଳଙ୍କ । ଶିକ୍ଷକ ଯେଉଁ ଶିଷ୍ୟଙ୍କୁ ଜ୍ଞାନର ମାର୍ଗରେ ମାର୍ଜିତ କରିବା କଥା ସେହି ଶିଷ୍ୟଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରୁଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ ।

By

Published : Sep 14, 2019, 6:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କର ପୁଣି ଏକ ତାଜା ଚିତ୍ର ସାମ୍ନାକୁ ଆସିଛି । ଗତ କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଖେଳ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ପୁଣି ଆଉ ଏକ ଲଜ୍ୟାକର ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଘଟଣା ଘଟିଛି ମହାକାଳପଡା ଥାନାର ନିଳକଣ୍ଠେଶ୍ବର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଆଉ ଅଭିଯୋଗ ଆସିଛି ଖୋଦ ସ୍କୁଲର ମୁଖିଆ ତଥା ପ୍ରଧାନ ଶିକ୍ଷକ ସରୋଜ କାନ୍ତ ବାରିକଙ୍କ ବିରୋଧରେ । ଯାହା ସଭ୍ୟ ସମାଜରେ ଆଲୋଡନ ସୃଷ୍ଟି କରିଛି ।

ଅଭିଯୋଗ ଅନୁସାରେ ପ୍ରଧାନ ଶିକ୍ଷକ ଗତ 11 ତାରିଖ ଠାରୁ ବିଭିନ୍ନ ଆଳରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କର ଶରୀରର ସମ୍ବେଦନଶୀଳ ଅଙ୍ଗ ଛୁଇଁବାକୁ ଉଦ୍ୟମ କରୁଛନ୍ତି । ଏହି ଘଟଣାରେ ଛାତ୍ରୀଙ୍କ ପରିବାର ପକ୍ଷରୁ ବିଦ୍ୟାଳୟ ପରିଚାଳନା କମିଟି ଆଗରେ ଅଭିଯୋଗ କରିବା ପରେ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଏହି ଘଟଣାର ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ଘଟଣା ସ୍ଥଳକୁ ଯାଇ ଛାତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବିତ କରିଛନ୍ତି । ହେଲେ ବ୍ଲକ ଶିକ୍ଷା ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଉକ୍ତ ବିଦ୍ୟାଳୟ ଓ ଅଭିଯୁକ୍ତ ଶିକ୍ଷକଙ୍କ ନାମ ଭୁଲ ଉଚ୍ଚାରଣ କରିବାରୁ ଘଟଣା ସ୍ଥଳରେ ଆହୁରି ଉତ୍ତେଜନା ବଢିଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details