ଓଡିଶା

odisha

ETV Bharat / state

କେନ୍ଦ୍ରାପଡା ସାଂସଦ ଓ ବିଧାୟକଙ୍କ ସମୀକ୍ଷା ବୈଠକ

ନବ ନିର୍ବାଚିତ ଲୋକସଭା ସାଂସଦ ଓ ବିଧାୟକ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ସୋମବାର କେନ୍ଦ୍ରାପଡ଼ା ବ୍ଲକରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷରେ ଜିଲ୍ଲାର ବୁଦ୍ଧିଜୀବୀଙ୍କ ଏକ ପ୍ରତିନିଧି ଦଳ ସାଂସଦଙ୍କୁ ଭେଟି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ପାଇଁ ଦାବି ଜଣାଇଥିଲେ ।

By

Published : Jun 11, 2019, 2:23 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ନିର୍ବାଚନରେ ବିଜୟ ପରେ ସୋମବାର କେନ୍ଦ୍ରାପଡ଼ା ବ୍ଲକରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ଲୋକସଭା ସାଂସଦ ଓ ବିଧାୟକ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବ୍ଲକର ସର୍ବାଙ୍ଗୀନ ଉନ୍ନତି ଯଥା ରାସ୍ତା ନିର୍ମାଣ, ପ୍ରକୃତ ହିତାଧିକାରୀ ଚୟନ କରି ଗୃହ ନିର୍ମାଣ, ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ବ ଦିଆଯାଇଥିଲା । ଏଥିସହିତ ମିଶନଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରିବା ଦିଗରେ ସରକାରୀ ଅର୍ଥର ସୁବିନିଯୋଗ ଏବଂ ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ତିଆରି କରାଯାଉଥିବା ସାମଗ୍ରୀ ଗୁଡିକର ବଜାରରେ ବିକ୍ରୟ ଉପରେ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଉଭୟ ସାଂସଦ ଓ ବିଧାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ଆୟୋଜିତ ସମୀକ୍ଷା ବୈଠକରେ କେନ୍ଦ୍ରାପଡା ବିଡ଼ିଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ସରକାରୀ ପଦାଧିକାରୀ ଉପସ୍ଥିତ ରହିଥିଲେ । ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କର ଏହା ଦ୍ଵିତୀୟ ସମୀକ୍ଷା ବୈଠକ ହୋଇଥିଲା ବେଳେ ବିଧାୟକ ଶଶୀଭୂଷଣ ବେହେରାଙ୍କର ଏହା ଥିଲା ପ୍ରଥମ ସମୀକ୍ଷା ବୈଠକ ।

ପୂର୍ବରୁ ସାଂସଦ ଅନୁଭବ ମହାକାଳପଡ଼ା ବ୍ଲକରେ ପ୍ରଥମ ସମୀକ୍ଷା ବୈଠକ କରି ଜାଲକଣା ଅଗ୍ନି ବିପନ୍ନଙ୍କ ପରିବାରକୁ ସହାୟତା ରାଶି ଓ ଗୃହ ନିର୍ମାଣ ପାଇଁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ସେହିପରି ବୈଠକ ଶେଷରେ ଜିଲ୍ଲାର ବୁଦ୍ଧିଜୀବୀଙ୍କ ଏକ ପ୍ରତିନିଧି ଦଳ ସାଂସଦଙ୍କୁ ଭେଟି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ପାଇଁ ଦାବି ଜଣାଇଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details